FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ପୁଣି ଫେରିଲେ ବାବା ସାରଥୀ

ପୁଣି ଫେରିଲେ ବାବା ସାରଥୀ

ପୁଣି ଫେରିଲେ ବାବା ସାରଥୀ
SHARE NOW :

କେନ୍ଦ୍ରାପଡା(ଲାଇଭ ଓଡିଶା ନ୍ୟୁଜ): ଆରମ୍ଭ ହୋଇଗଲା ପୂଜା ଓ ଆରମ୍ଭ ହୋଇଗଲା ସତ୍ ସଙ୍ଗ ।ଆମେ କହୁଛୁ ବିବାଦ ଘେରରେ ଛନ୍ଦିହୋଇଥିବା ସନ୍ତୋଷ ରାହୁଳ ଓରଫ୍ ବାବା ସାରଥୀ ଙ୍କ କଥା । ଗତ କାଲି ଥିଲା ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ଯାହାକି ସାରଥୀଙ୍କ ଥିଲା ଜନ୍ମ ଦିନ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ଡରବଛା ଗ୍ରାମରେ ଦେଖିବାକୁ ମିଳିଥିଲା ସାରଥୀଙ୍କ ସତ୍ ସଙ୍ଗ । ଏଥିରେ କିଛି ସାରଥୀ ଭକ୍ତ ଯୋଗ ଦେଇ ସାରଥୀଙ୍କ ଫଟୋ କୁ ପୂଜା କରିବା ସହିତ ନାମ ସଂକୀର୍ତ୍ତନ କରିଥିଲେ । ଆଗାମୀ ଦିନରେ ପୁନର୍ବାର ବଢିବକି ସାରଥି ର ଭକ୍ତଙ୍କ ସଂଖ୍ୟା , ପୁଣି ଆରମ୍ଭ ହେବ କି ସାରଥୀ ମୁଖରୁ ଅନର୍ଗଳ ପ୍ରବଚନ । ଏନେଇ ଆଲେଚାନା ଆରମ୍ଭ ହୋଇଗଲାଣି । ସାରଥୀ ଓରଫ୍ ସନ୍ତୋଷ ରାହୁଳ ଯେବେଠୁ ବିବାଦରେ ଛନ୍ଦି ହୋଇଛନ୍ତି ସେବେଠୁ କେନ୍ଦ୍ରାପଡ଼ା ର ଥିବା ସାରଥୀ ଆଶ୍ରମ ସମ୍ପୂର୍ଣ ଭାବେ ବନ୍ଦ୍ ହୋଇ ପଡିଥିବା ବେଳେ ଭକ୍ତ ମାନେ କିନ୍ତୁ ସାରଥୀଙ୍କୁ ଛାଡ଼ିବାକୁ ନାରାଜ । କାରଣ ସାରଥୀ ତାଙ୍କର ଭଗବାନ୍ ଭକ୍ତ ମାନେ ତାଙ୍କୁ ନିଜ ପୁଅ ବାପା ଭଳି ଭଲ ପାଆନ୍ତି ବୋଲି କହିଥିଲେ , ପ୍ରକୃତରେ ସାରଥୀ ବାବା ଙ୍କ କଳା କାରନାମା ଜାଣିଲା ପରେ ଏହାକୁ ବିରୋଧ କରିଥିଲେ କେନ୍ଦ୍ରାପଡ଼ାର ଜନସାଧାରଣ । ପୁଣି ବାବା ଫେରିବାକୁ ନେଇ କିଛି କିଛି ସ୍ଥାନରେ ତାଙ୍କ ଭକ୍ତମାନେ ସାରଥୀ ଫଟୋ କୁ ପୂଜା କରୁଛନ୍ତି ।

Leave a Reply

Your email address will not be published. Required fields are marked *

Related Posts