FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ବିଜେପିର ୧୨ଘଣ୍ଟିଆ ବାରିପଦା ବନ୍ଦ ଡାକରା

ବିଜେପିର ୧୨ଘଣ୍ଟିଆ ବାରିପଦା ବନ୍ଦ ଡାକରା

ବିଜେପିର ୧୨ଘଣ୍ଟିଆ ବାରିପଦା ବନ୍ଦ ଡାକରା
SHARE NOW :

ବାରିପଦା(ଲାଇଭ ଓଡିଶା ନ୍ୟୁଜ): ମମିତା ମେହେର ମୃତ୍ୟୁକୁ ନେଇ ବିଜେପିର ତାତି । ସୁବର୍ଣ୍ଣପୁର ଓ ବାରିପଦା ଜିଲ୍ଲାକୁ ବନ୍ଦ କରିଛି ବିଜେପି । ସୁବର୍ଣ୍ଣପୁର ଜିଲ୍ଲାକୁ ଆଜି ସକାଳୁ ବିଜେପି ପକ୍ଷରୁ ବନ୍ଦ କରାଯାଇଥିବା ବେଳେ, ବାରିପଦାକୁ ମଧ୍ୟ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି । ବିଜେପି କର୍ମୀଙ୍କୁ ମାଡ ମାରିବା ସହ ୧୬ ଦଫା ଦାବିରେ ବାରିପଦା ଠାରେ ଏହି ବନ୍ଦ ଡାକରା ଦିଆଯାଇଛି । ଏବଂ ମମିତାଙ୍କ ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ଆଣି ତାଙ୍କୁ ବହିଷ୍କାର ଦାବିରେ ସୁବର୍ଣ୍ଣପୁର ଠାରେ ବନ୍ଦ ଡାକରା ଦେଇଛି ବିଜେପି ।


ଗତ ୨୨ତାରିଖରେ ବାରୁପଦା ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଇଥିବା ବେଳେ ସେଠାରେ ବିଜେପି କର୍ମୀମାନଙ୍କୁ ବିଜେଡି କର୍ମୀମାନେ ମାଡ ମାରିଥିବା ଦାବୀରେ ବାରିପଦାଠାରେ ଏହି ଆନ୍ଦୋଳନ କରାଯାଇଛି । ବନ୍ଦର ପ୍ରଭାବରେ ଜିଲ୍ଲାର ସମସ୍ତ ଦୋକାନବଜାର ଏ ଗାଡିମଟର ବନ୍ଦ ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Posts