FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଆଉ ଦେଖିବାକୁ ମିଳିବନି ଭୁବନେଶ୍ୱରରେ ଭିକାରୀ ! ବିଏମ୍‌ସି

ଆଉ ଦେଖିବାକୁ ମିଳିବନି ଭୁବନେଶ୍ୱରରେ ଭିକାରୀ ! ବିଏମ୍‌ସି

ଆଉ ଦେଖିବାକୁ ମିଳିବନି ଭୁବନେଶ୍ୱରରେ ଭିକାରୀ ! ବିଏମ୍‌ସି
SHARE NOW :

ଭୁବନେଶ୍ୱର (ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ରାଜଧାନୀ ହେବ ଭିକାରୀ ମୁକ୍ତ ସହର । ଭୁବନେଶ୍ୱରରେ ଦେଖିବାକୁ ମିଳିବନି ଗୋଟିଏ ବି ଭିକାରୀ । ନିରାଶ୍ରୟଙ୍କୁ ମିଳିବ ଆଶ୍ରୟ । ଏନେଇ ଆଜି ବିଏମସି ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ତିନୋଟି ସ୍ୱେଚ୍ଛାସେବୀ ସଂଗଠନ ଓ କମିଶନରେଟ ପୋଲିସ୍ ସାହାଯ୍ୟରେ ଭୁବନେଶ୍ୱରର ଗଳି କନ୍ଦି ବୁଲି ଗରିବମାନଙ୍କୁ ଉଦ୍ଧାର କରିଛନ୍ତି । ଭୁବନେଶ୍ୱର ୬୭ ଟି ୱାର୍ଡ଼ରେ ଗୋଟିଏ ବି ଭିକାରୀ ଦେଖିବାକୁ ଚାହୁଁନୁ ବୋଲି କହିଛନ୍ତି ବିଏମସି କମିଶନର ଲକ୍ଷ୍ମୀକାନ୍ତ ସେଠୀ । ଏହି ଅଭିଯାନ ଆଗକୁ ଜାରି ରହିବ ବୋଲି ମଧ୍ୟ କହିଛନ୍ତି । ଏହି ଅଭିଯାନରେ ଉଭୟ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଭିକାରୀଙ୍କୁ ସାମିଲ କରାଯିବ । ଆଜି ଜନପଥ, ୟୁନିଟ ୧, ୟୁନିଟ ୨ ମାର୍କେଟ, ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର ଶନିମନ୍ଦିର, ଲିଙ୍ଗରାଜ ମନ୍ଦିର, କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ଅଭିଯାନ ଚାଲିଥିବା ଦେଖିବାକୁ ମିଳିଛି । ପୂର୍ବରୁ ମଧ୍ୟ ଏଭଳି ୨୦୦ ଭିକାରୀଙ୍କୁ ଉଦ୍ଧାର କରାଯାଇଥିଲା । ଆଜି ଏହି ଅଭିଯାନକୁ ପୁଣି ଜୋରଦାର କରିଛି ବିଏମସି ।

Leave a Reply

Your email address will not be published. Required fields are marked *

Related Posts