FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଦେଶର ଶ୍ରେଷ୍ଠ ୨୫ତମ ଶ୍ରେଷ୍ଠ ମେଡିକାଲ ଭାବରେ ବିବେଚିତ ଭୁବନେଶ୍ୱର ଏମ୍ସ

ଦେଶର ଶ୍ରେଷ୍ଠ ୨୫ତମ ଶ୍ରେଷ୍ଠ ମେଡିକାଲ ଭାବରେ ବିବେଚିତ ଭୁବନେଶ୍ୱର ଏମ୍ସ

ଦେଶର ଶ୍ରେଷ୍ଠ ୨୫ତମ ଶ୍ରେଷ୍ଠ ମେଡିକାଲ ଭାବରେ ବିବେଚିତ ଭୁବନେଶ୍ୱର ଏମ୍ସ
SHARE NOW :

ଭୁବନେଶ୍ୱର (ଲାଇଭ୍ଓଡ଼ିଶା ନ୍ୟୁଜ୍‌): ଦେଶର ଶ୍ରେଷ୍ଠ ୨୫ତମ ମେଡିକାଲ କଲେଜ ମଧ୍ୟରେ ସ୍ଥାନ ପାଇଲା ଭୁବନେଶ୍ୱର ଏମ୍ସ । ପ୍ରଥମ ଥର ପାଇଁ ଏହି ସ୍ୱତନ୍ତ୍ର ପୁରସ୍କାରରେ ପୁରସ୍କୃତ ହୋଇଛି ଭୁବନେଶ୍ୱର ଏମ୍ସ ମେଡିକାଲ କଲେଜ । ରୋଗୀ ସେବା, ବିଦ୍ୟାର୍ଥୀଙ୍କ ପ୍ରଦର୍ଶନ ଓ ଗବେଷଣା ଆଦି ୩ଟି ପ୍ରମୁଖ କାରଣ ଯୋଗୁଁ ଏମ୍ସ ଭୁବନେଶ୍ୱର ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ହୋଇ ପାରିଛି । ଗତ ଏକ ବର୍ଷ ମଧ୍ୟରେ ଏମ୍ସକୁ ପ୍ରାୟ ଏକ ଲକ୍ଷ ରୋଗୀ ଆସିଛନ୍ତି । ଗୋଟିଏ-ଗୋଟିଏ ଦିନରେ ରୋଗୀ ସଂଖ୍ୟା ୪ ହଜାରକୁ ବି ଟପିଛି । ଭୁବନେଶ୍ୱର ଏମ୍ସରେ ପ୍ରାୟ ୩୫୦୦ ବଡ଼ଧରଣର ଅସ୍ତ୍ରୋପଚାରକୁ ମିଶାଇ ବର୍ଷକୁ ୫ ହଜାର ଅସ୍ତ୍ରୋପଚାର କରାଯାଇଛି । ବର୍ତମାନ ଶ୍ରେଷ୍ଠ ୨୫ ମେଡିକାଲ କଲେଜ ତାଲିକାରେ ୨୫ତମ ସ୍ଥାନ ଅଧିକାର କରିଛି ଭୁବନେଶ୍ୱର ଏମ୍ସ ମେଡିକାଲ କଲେଜ ମାତ୍ର ଆଗାମୀ ବର୍ଷ ବେଳେକୁ ଶ୍ରେଷ୍ଠ ୨୦ ମେଡିକାଲ କଲେଜ ତାଲିକାରେ ଭୁବନେଶ୍ୱର ଏମ୍ସ ସ୍ଥାନ ପାଇପାରି ବୋଲି ଏମ୍ସ କର୍ତ୍ତୃପକ୍ଷ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts