FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡି ଉପରକୁ ଅଣ୍ଡାମାଡ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡି ଉପରକୁ ଅଣ୍ଡାମାଡ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡି ଉପରକୁ ଅଣ୍ଡାମାଡ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ୍‌) : ଓଡିଶା ରାଜନୀତିରେ ଏବେ ଶାନ୍ତିର ଚିହ୍ନବି ଦେଖିବାକୁ ମିଳୁନାହିଁ । ସବୁଠି ଚାଲିଛି ବିକ୍ଷୋଭ ଏବଂ ପ୍ରତିବାଦ । ବିରୋଧିମାନଙ୍କ ବିରୋଧରୁ ରକ୍ଷାପାଇ ପାରୁନାହାନ୍ତି ନେତା । ଏପଟେ ଅଣ୍ଡାମାଡ ମଧ୍ୟ ବିରୋଧ କରିବାର ସରଳ ପନ୍ଥା ସାଜିବାକୁ ବସିଲାଣି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡାମାଡ ହୋଇଥିବା ବେଳେ ଆଜି ପୁଣି ଦେଖିବାକୁ ମିଳିଛି ସମାନ ଘଟଣା । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡି ଉପରକୁ ଅଣ୍ଡାମାଡ । ଏହା ବ୍ୟତୀତ ଛାତ୍ର କଂଗ୍ରେସ ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ଏହି ଅଣ୍ଡାମାଡ଼ କରାଯାଇଛି ।
ସୂଚନା ଅନୁସାରେ ଏକ କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ସାଂସଦ ଯାଉଥିବା ବେଳେ ବାଲିପାଟଣା ସରିପୁର ଛକରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କିଛି ଛାତ୍ର କଂଗ୍ରେସ କର୍ମୀ ହଠାତ ଅଣ୍ଡାମାଡ଼ କରିଥିଲେ । ଏହାସହ କଳାପତାକା ପ୍ରଦର୍ଶନ କରି ବିଜେପି ବିରୋଧୀ ସ୍ଲୋଗାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Related Posts