FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଜୁଲାଇ ସୁଦ୍ଧା ଟିକାକରଣ ସାରିବାକୁ ବିଏମ୍‌ସିର ଲକ୍ଷ୍ୟ

ଜୁଲାଇ ସୁଦ୍ଧା ଟିକାକରଣ ସାରିବାକୁ ବିଏମ୍‌ସିର ଲକ୍ଷ୍ୟ

ଜୁଲାଇ ସୁଦ୍ଧା ଟିକାକରଣ ସାରିବାକୁ ବିଏମ୍‌ସିର ଲକ୍ଷ୍ୟ
SHARE NOW :

ଭୁବନେଶ୍ୱର(ଲାଇଭ ଓଡ଼ିଶା ନ୍ୟୁଜ୍‌): ଜୁଲାଇ ଶେଷ ସୁଦ୍ଧା ସଂପୂର୍ଣ୍ଣ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛି ବିଏମସି । ଏହି କ୍ରମରେ ଜୁଲାଇ ୫ ତାରିଖରୁ ଆରମ୍ଭ ହେଉଛି ଅନ ସ୍ପଟ ଟିକାକରଣ । ଅର୍ଥାତ ପ୍ରଥମ ଡୋଜ୍ ଟିକା ନେଇନଥିବା ବ୍ୟକ୍ତି କୋ-ୱିନ ପୋର୍ଟାଲରେ ସ୍ଲଟ ବୁକିଂ ନକରି ମଧ୍ୟ ଟିକାକେନ୍ଦ୍ରରେ ସିଧାସଳଖ ଯାଇ ଟିକା ନେଇପାରିବେ । ଜୁଲାଇ ୫ରୁ ୧୦ ଯାଏଁ ଅଭିଯାନ ଆରମ୍ଭ ହେବ । କେବଳ ଆଧାରକାର୍ଡ ଦେଖାଇ ଟିକା ନେଇପାରିବେ ହିତାଧିକାରୀ ।

ବିଏମସି ଡେପୁଟି କମିସନର କହିଛନ୍ତି ଯେ, ସ୍ୱାସ୍ଥ୍ୟକର୍ମୀ, କୋଭିଡ ଯୋଦ୍ଧା ଓ ୧୮ ବର୍ଷରୁ ଅଧିକ ହିତାଧିକାରୀଙ୍କୁ ମିଶାଇ ୯ ଲକ୍ଷ ୭ ହଜାର ୧୯୪ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ଗତକାଲି ସୁଦ୍ଧା ଭୁବନେଶ୍ୱରରେ ୧୪ ଲକ୍ଷ ୫୫ ହଜାର ୪୫୫ ଜଣଙ୍କୁ ଟିକା ଦିଆଯାଇ ସାରିଛି । ସେଥିମଧ୍ୟରୁ ୯ ଲକ୍ଷ ୪୫ ହଜାର ୭୮ ଜଣ ପ୍ରଥମ ଡୋଜ୍ ଓ ୫ ଲକ୍ଷ ୧୦ ହଜାର ୩୭୭ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଥିବା କହିଛନ୍ତି ଡେପୁଟି କମିଶନର ଅଂଶୁମାନ ରଥ ।

Leave a Reply

Your email address will not be published. Required fields are marked *

Related Posts