FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ମମିତା କୁ ନ୍ୟାୟ ଦେବା ପାଇଁ ଭୁଲିଆ ମେହେର ସମାଜ ର ତହସିଲଦାର ଙ୍କୁ ଦାବୀ ପତ୍ର

ମମିତା କୁ ନ୍ୟାୟ ଦେବା ପାଇଁ ଭୁଲିଆ ମେହେର ସମାଜ ର ତହସିଲଦାର ଙ୍କୁ ଦାବୀ ପତ୍ର

ମମିତା କୁ ନ୍ୟାୟ ଦେବା ପାଇଁ ଭୁଲିଆ ମେହେର ସମାଜ ର ତହସିଲଦାର ଙ୍କୁ ଦାବୀ ପତ୍ର
SHARE NOW :

ବିଜେପୁର(ଲାଇଭ ଓଡିଶା ନ୍ୟୁଜ): ସାରା ରାଜ୍ୟରେ ରେ ଚହଲ ପକାଇଥିବା ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା କାଣ୍ଡ କୁ ନେଇ ଆଜି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଭୁଲିଆ ମେହେର ସମାଜ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇଛି । ତହସିଲ କାର‌୍ୟ୍ୟାଳୟରେ ପହଂଚିବା ପରେ ଶାନ୍ତି ଶୃଙ୍ଖଳା ର ସହିତ ଏକ ସଭା କରାଯାଇଥିଲା । ଏହି ସଭାରେ ବିଜେପୁର ବ୍ଲକ ଭୁଲିଆ ସମାଜ ର ସଭାପତି ହୃଷିକେଶ ମେହେର ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଜିତେନ୍ଦ୍ରିୟ ମେହେର କାର‌୍ୟ୍ୟ ପରିଚାଳନା କରିଥିଲେ । ବରଗଡ଼ ଜିଲ୍ଲା ବୁଣାକାର ସଙ୍ଘ ର ସଭାପତି ଅଯୋଧ୍ୟା ମେହେର , ସଂପ।ଦକ ଯଶୋବନ୍ତ ମେହେର , ବରିଷ୍ଠ ସଦସ୍ୟ ଯୋଗେଶ୍ ଚନ୍ଦ୍ର ମେହେର , ଅହଲ୍ୟା ମେହେର , ହୃଷିକେଶ ମେହେର , ପ୍ରମୁଖ ସଦସ୍ୟ ଗଣ ମମିତା ମେହେର ଙ୍କ ହତ୍ୟା କାଣ୍ଡ ର ଦୋଷୀ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ପାଇଁ ଅଭିଭାଷଣ କରିଥିଲେ । ପରେ ତହସିଲଦାର ଆର୍ଟ ଟ୍ରାନ ଥାର୍ଟ ଙ୍କୁ ୭ ଦଫା ପ୍ରଦାନ କରାଯାଇଥିଲା । ଦାବୀ ଗୁଡିକ ହେଉଛି ମମିତା ମେହେର ହତ୍ୟାକାଣ୍ଡ ର ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ ,ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଅନ୍ୟ ସମସ୍ତ ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ କରିବା ସହିତ କଠୋର ଦଣ୍ଡବିଧାନ କରାଯାଉ ଏବଂ ପରିବାର କୁ ଦୁଇ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉ , ମମିତା ମେହେର ହତ୍ୟା କାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଙ୍କ ସ୍କୁଲ ପରିସର ରେ ଚାଲିଥିବା ଅନେତିକ କାର‌୍ୟ୍ୟ ର ତଦନ୍ତ କରାଯାଇ ଏହାର ପ୍ରକୃତ ସତ୍ୟା ସତ୍ୟ ବାହାର କରାଯାଉ , ମମିତା ମେହେର ଙ୍କ ହତ୍ୟାକାରୀ କୁହାଯାଉଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସମ୍ପତି କୁ ବ୍ୟାଜାପ୍ତ କରି ଏହାର ଅତିକମରେ ଅର୍ଦ୍ଧେକ ଅଂଶ ପୀଡ଼ିତାଙ୍କ ପରିବାର କୁ ପ୍ରଦାନ କରାଯାଉ , ସନସାଇନ ପବ୍ଲିକ ସ୍କୁଲ କୁ ସରକାର ପ୍ରତ୍ୟକ୍ଷ ଭାବରେ ନିଜ ହାତକୁ ନେଇ ଏକ ଆଦର୍ଶ ବିଦ୍ୟାଳୟ ରୂପେ ପରିଣତ କରି ଗରିବ ଛାତ୍ର ଛାତ୍ରୀଙ୍କୁ ମାଗଣାରେ ଶିକ୍ଷା ଦାନ ସହ ମାଗଣା ଛାତ୍ରାବାସ ବ୍ୟବସ୍ଥା କରାଯାଉ ଓ ମମିତା ମେହେରଙ୍କ ପରିବାର ର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ପ୍ରଦାନ କରାଯାଉ ବୋଳି ଦାବୀ ପତ୍ର ରେ ଉଲ୍ଲେଖ କରାଯାଇଥିଲା । କାର‌୍ୟ୍ୟକ୍ରମ ପରିଚାଳନା ରେ ଭୋଜରାଜ ମେହେର , ପ୍ରମୋଦ ମେହେର , ସୁବଳ ମେହେର , ଆକାଶ ମେହେର , ଦାରାକ୍ଷ ମେହେର , ଜଗବନ୍ଧୁ ମେହେର , କେଇଲସ ମେହେର , ଜୟକୁମାର ମେହେର , ଗାନ୍ଧି ମେହେର , ସୁଦାମ ମେହେର , ପ୍ରମୁଖ ସକ୍ରିୟ ଭାବେ ସହଯୋଗ କରିଥିବା ବେଳେ ଏହି ଶୋଭା ଯାତ୍ରା ରେ ବିଜେପୁର ବ୍ଲକ ରଜାଲପାଲି , ବୁଡ଼ାପାଲି , ଭେନିଆଚାଳ , ଲାଉମୁଣ୍ଡା , ସାଇପାଲି ,ପଡ଼ା ଵେରଗ ପାଲି , ପ୍ରମୁଖ ଗ୍ରାମର ଭୁଲିଆ ଗଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Related Posts