ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ

SHARE NOW :
ଭୁବନେଶ୍ୱର ( ଲାଇଭଓଡ଼ିଶା ନ୍ୟୁଜ) : ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଓଡ଼ିଶାବାସୀଙ୍କ ସହ ଦଳର ସମସ୍ତ କର୍ମୀ ଓ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ଅଟଳ,ଅପରାଜେୟ, ଅସାଧାରଣ ରାଜ୍ୟ ରାଜନୀତି ମଇଦାନରେ ସେ ଦୀର୍ଘ ୨୫ ବର୍ଷ ହେବ ବାଟ ଚାଲୁଛନ୍ତି । ମାତ୍ର ଏଯାଏ ସେ ଥକି ନାହାନ୍ତି । ରାଜନୈତିକ କ୍ୟାରିୟରରେ ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି । ନିଜ ରେକର୍ଡକୁ ନିଜେ ଭାଙ୍ଗୁଛନ୍ତି । ଦୁଇ ଦଶନ୍ଧି ହେବ ରାଜ୍ୟ ରାଜନୀତିର ମେରିଖୁଣ୍ଟ ସାଜିଛନ୍ତି । ଦେଶରେ ନିଜର ସ୍ୱତନ୍ତ୍ର ଛାପ ସୃଷ୍ଟି କରିଌାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ସାକାର କରିବାକୁ ବିଜେଡି ସୁପ୍ରିମୋ ଗତ ଦୁଇ ଦଶନ୍ଧିରେ କଠିନ ପରିଶ୍ରମ କରିଛନ୍ତି । ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ଓଡ଼ିଶା ଆଜି ‘ରୋଲ ମଡେଲ’ । ୧୯୯୭ରୁ କୌଣସି ନିର୍ବାଚନ ହାରିନଥିବା ନବୀନ ନିଜକୁ ଅଟଳ ଓ ଅପରାଜେୟ ବୋଲି ପ୍ରମାଣିତ କରିଛନ୍ତି । ତାଙ୍କର ବ୍ରାଣ୍ଡଭାଲ୍ୟୁ ହିଁ ବିଜେଡିର ସବୁଠାରୁ ବଡ଼ ବଳ । ଭୁବନେଶ୍ୱର ରାଜ୍ୟ କାର୍ୟ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଛାମୁଆ ନେତା । ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଜାତି ପାଇଁ ଆଦର୍ଶ ହେଉଛନ୍ତି ବିଜୁବାବୁ । ସାରା ଓଡ଼ିଶାକୁ ଆହ୍ୱାନ ଦେଇଥିଲେ ବିଜୁବାବୁ । ବିଜୁ ବାବୁଙ୍କ ସ୍ୱପ୍ନ ସାକାର କରିବାକୁ ସଂକଳ୍ପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସବୁ ଯୋଜନା ସଫଳ ରୂପାୟନ ହୋଇପାରିଛି । ସାରା ଦେଶରେ ବିଜେଡି ଏବେ ରୋଲ ମଡେଲ ହୋଇଛି । କାରଣ କଥା ନୁହେଁ, କାମରେ ବିଶ୍ୱାସ କରନ୍ତି ନବୀନ ପଟ୍ଟନାୟକ । ପ୍ରତିଷ୍ଠା ଦିବସ ପାଇଁ ବ୍ଲକସ୍ତରରେ ଦଳର ସମସ୍ତ ପ୍ରତିନିଧି, ଯୁବ, ଛାତ୍ର, ମହିଳା ଓ ସବୁ କମିଟିର ସମସ୍ତ ସଦସ୍ୟ, ବ୍ଲକ ସଂଯୋଜକ, ଜୋନ୍ ସଂଯୋଜକ ପ୍ରମୁଖ ଉପସ୍ଥିତ ଅଛନ୍ତି । ପ୍ରତିଷ୍ଠା ଦିବସରେ ଗାଁକୁ ଯିବେ ଦଳର କର୍ମୀ ଓ ନେତା । ସୁଶାସନ ଓ ଜନକଲ୍ୟାଣକାରୀ ଯୋଜନାର ଯେଉଁ ମାଇଲଖୁଣ୍ଟ ରାଜ୍ୟ ସରକାର ସ୍ଥାପନ କରିଛନ୍ତି, ତା’ର ସମୀକ୍ଷା ସହ ନୂଆ ବୈଷୟିକ ଜ୍ଞାନ କୌଶଳରେ ସେବା ପ୍ରଦାନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହେବ ।