FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଗୋଳାମୁଣ୍ଡା ରେ ବିଜୁ ଛାତ୍ର ନେତୃତ୍ୱ ସମ୍ମିଳନୀ

ଗୋଳାମୁଣ୍ଡା ରେ ବିଜୁ ଛାତ୍ର ନେତୃତ୍ୱ ସମ୍ମିଳନୀ

ଗୋଳାମୁଣ୍ଡା ରେ ବିଜୁ ଛାତ୍ର ନେତୃତ୍ୱ ସମ୍ମିଳନୀ
SHARE NOW :

କଳାହାଣ୍ଡି(ଲାଇଭ ଓଡିଶା ନ୍ୟୁଜ): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଖି ଆଗରେ ରଖି ଅନେକ ରାଜନୈତିକ ଦଳ ଅଣ୍ଟା ଭିଡିଥିବା ବେଳେ ଅନେକ ଜିଲ୍ଲାରେ ବ୍ଲକ ସ୍ତରରେ ବିଜୁଜନତା ଦଳ ତରଫରୁ ବିଜୁ ଛାତ୍ର ନେତୃତ୍ୱ ସମ୍ମିଳନୀ ଗୁଡିକ ଅନୁଷ୍ଠିତ ହେଉଅଛି । ଠିକ ସେହିଭଳି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରେ ବ୍ଲକ ସ୍ତରୀୟ ବିଜୁ ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏ ହି କାର‌୍ୟ୍ୟକ୍ରମରେ ବିଜୁଜନତା ଦଳର ସଂଘଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ସ୍ଥାନୀୟ ବିଧାୟକ ତଥା ଗୃହରାଷ୍ଟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ଅନେକ ଲୋକ ବିଜୁଜନତା ଦଳରେ ଯୋଗଦେଇଥିବା ବେଳେ ବ୍ଲକ ଅଧିନ ସମସ୍ତ ପଞ୍ଚାୟତର ଶତାଧିକ ଲୋକ ଉପସ୍ଥିତ ହୋଇଥିଲେ । କିଭଳି ଭାବରେ ବିଜୁଜନତା ଦଳ ଆଗାମୀ ପଞ୍ଚାୟତ ନିର୍ବାଚନରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ସହ ଲୋକଙ୍କ ନିକଟରେ ଠିଆ ହୋଇ ପ୍ରଚାର ପ୍ରସାର କରାଯିବ ସେ ନେଇ ସଂଘଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଗୁରୁମନ୍ତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *

Related Posts