FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଚିଲିକାରେ ପକ୍ଷୀଙ୍କ ଆଗମନ ପରେ ବଢୁଛନ୍ତି ପକ୍ଷୀ ଶିକାରୀ

ଚିଲିକାରେ ପକ୍ଷୀଙ୍କ ଆଗମନ ପରେ ବଢୁଛନ୍ତି ପକ୍ଷୀ ଶିକାରୀ

ଚିଲିକାରେ ପକ୍ଷୀଙ୍କ ଆଗମନ ପରେ ବଢୁଛନ୍ତି ପକ୍ଷୀ ଶିକାରୀ
SHARE NOW :

ଚିଲିକା( ଲାଇଭଓଡିଶା ବ୍ୟୁରୋ):ଶୀତ ଆସିଲେ ନିଳାମ୍ବୁ ଚିଲିକାକୁ ବିଦେଶୀ ପକ୍ଷୀମାନଙ୍କ ଆଗମନ ହୋଇଥାଏ । ଚିଲିକାର ଥଣ୍ଡା ଅନ୍ଧାର ହାତଠାରି ସ୍ୱାଗତ କରିବା ପରେ ଦେଶ ବିଦେଶରୁ ଲକ୍ଷଲକ୍ଷ ରଙ୍ଗ ବେରଙ୍ଗର ପକ୍ଷୀଙ୍କ ସମାଗମ ହୁଏ। । କିଚିରି ମିଚିରି ଶବ୍ଦରେ ଲୁଚିଯାଏ ଚିଲିକାର କୁଳୁକୁଳୁ ଶବ୍ଦ । ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଜମେ । ହେଲେ ଚିଲିକାରେ ପକ୍ଷୀ ମୀନଙ୍କର ସମାଗମରେ ମାତିଥାନ୍ତି ପକ୍ଷୀ ଶିକାରୀ । ଆଜି ଆଭିମାନପୁର ପକ୍ଷୀ ସୁରକ୍ଷା କ୍ୟାମ୍ପ ପାଖରୁ ଜଣେ ଶିକାରୀଙ୍କୁ ଗିରଫ କରିଛି ବନବିଭାଗ । ପକ୍ଷୀମାନଙ୍କୁ କଇଁ ଫୁଲ କେଶରରେ ଵିଷ ଦେଇ ପକ୍ଷୀ ଶିକାର କରୁଥିଲା ଏହି ଶୀକାରୀ । ଗିରଫ ଶିକାରୀ ହେଲେ ଟାଙ୍ଗୀ ଥାନା ସୁନ୍ଦରପୁର ଚାରିଘରିଆପାଟଣାର ବିଦ୍ୟାଧର ରାଉତ । ଏହ୍ ଶିକାରୀ ପାଖରୁ ଗୋଟିଏ ଗଡୱାଲ, ଗୋଟିଏ ପିନଟେଲ, ୨ ଟି କମନ୍ କୁଟ୍ ଓ ୨ଟି ଲାର୍ଜ୍ ହୁଇଷ୍ଟିଲ ଡକ୍ ଜବତ କରିଛି ବନବିଭାଗ । ଏହି ଶିକାରୀ । ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି । ବନବିଭାଗର ପାଟ୍ରୋଲିଂରେ ଢିଲା ଯୋଗୁଁ ଶିକାରୀ ସକ୍ରିୟ ଥିବା ଅଭିଯୋଗ ହୋଇଛି । ସୁରକ୍ଷା ଦୃଷ୍ଟିରୁ ବିଦେଶରୁ ପ୍ରତି ବର୍ଷ ଜାନୁଆରୀର ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ତରଫରୁ ଚିଲିକାରେ ପକ୍ଷୀ ଗଣନା ମଧ୍ୟ ହୋଇଥାଏ । ତେବେ ବିଦେଶୀ ପକ୍ଷୀଙ୍କ ଆଗମନ ସହ ପକ୍ଷୀ ଶିକାରୀ ମଧ୍ୟ ବେଶ ସକ୍ରିୟ ହୋଇଯାଆନ୍ତି । ତେବେ ପକ୍ଷୀଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ପ୍ରଶାଷନ ଏବଂ ପୋଲିସ ପକ୍ଷରୁ କଡା ସୁରକ୍ଷା ରହିବା ଉଚିତ୍

Leave a Reply

Your email address will not be published. Required fields are marked *

Related Posts