ସଶକ୍ତ ବିଜେଡି,ଦୁର୍ବଳ ବିରୋଧୀଙ୍କ ରଣନିତୀ

SHARE NOW :
ଲାଇଭଓଡିଶା ବ୍ୟୁରୋ :୨୦୨୪ରେ ଲୋକସଭା ଓ ବିଧାନସଭା ନିର୍ବାଚନ ସେଥିପାଇଁ ଜୋରଦାର ପ୍ରସ୍ତିୁତି କରୁଛି ରାଜ୍ୟ ବିଜେଡି ଏବଂ ତା ପୂର୍ବରୁ ଆସୁଛି ପଞ୍ଚାୟତ ନିର୍ବାଚନ ଯାହାପାଇଁ ପ୍ରତିଦିନ ଦଳ ସଶକ୍ତ ହେଉଛି । ରାଜ୍ୟର କୋଣ ଅନୁକୋଣରେ ଶୁଭୁଛି ଶଙ୍ଖନାଦ ।
ପ୍ରଦୀପ ମାଝୀଙ୍କଠାରୁ ଆରମ୍ଭ କରି ବିଶ୍ୱ ମଲ୍ଲିକ, ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ, କୈଳାସ କୁଲେସିକା ଓ ଏବଂ ଆଜି ଗୌତମବୁଦ୍ଧ ଦାସ, କଂଗ୍ରେସର ବେଗୁନିଆ ନେତା ପ୍ରଦୀପ ସାହୁ ମଧ୍ୟ ଶଙ୍ଖ ଫୁଙ୍କିଛନ୍ତି। ପ୍ରତିଦିନ ରାତି ପାଇଲେ ବିଜେଡି କାର୍ୟ୍ୟାଳୟରେ ଆୟୋଜିତ ହେଉଛି ମିଶ୍ରଣ ପର୍ବ। ଆଗକୁ ଆହୁରି ଅନ୍ୟ ଦଳର ନେତା ମଧ୍ୟ ବିଜେଡିରେ ମିଶିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା। ପଞ୍ଚାୟତ ଭୋଟକୁ ନେଇ ଶାସକ ବିଜେଡି କ୍ୟାମ୍ପ ଏବେ ଦିନରାତି ଏକ କରି ଦେଇଛି। ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଓ ଲୋକପ୍ରିୟତାକୁ ପୁଞ୍ଜି କରି ଦଳ ପଞ୍ଚାୟତ ଭୋଟ ବୈତରଣୀ ପାର୍ କରିବାକୁ ନିଶ୍ଚିତ ଅଛି। ପଞ୍ଚାୟତ ଭୋଟରେ ବିରୋଧୀଙ୍କୁ ବହୁ ପଛରେ ପକାଇବାକୁ ବିଜେଡି ପ୍ରସ୍ତୁତି ଜାରି ରଖିଛି।ଗାଁ ରାଜନୀତି ଉଷ୍ଣ ହେଉଥିବା ବେଳେ ବିଜେଡିରେ ମିଶିବାକୁ ନେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ତୀବ୍ର ହୋଇଛି। । ବିଜେଡି ଓ ନବନୀଙ୍କ ଏ ଲୋକପ୍ରୟିତା ଶାସକ ଶିବିର ପାଇଁ ସବୁଠାରୁ ବଡ଼ ଅସ୍ତ୍ର ହୋଇଛି। ବିଜେଡିର ଏଭଳି ରଣକୌଶଳରେ ବିରୋଧୀ ଏକରକମ ହତାଶ ହୋଇ ପଡ଼ିଛନ୍ତି। ଲାଗୁଛି ନବୀନଙ୍କ ଲୋକପ୍ରିୟତା ଆଗରେ ଏଥର ବିରୋଧୀଙ୍କ ରଣନିତୀ ଫିକା ପଡିଯିବ ।