FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଧାମରାରେ ବିଜେଡ଼ିର ମହାମିଶ୍ରଣ ପର୍ବ ଅନୁଷ୍ଠିତ

ଧାମରାରେ ବିଜେଡ଼ିର ମହାମିଶ୍ରଣ ପର୍ବ ଅନୁଷ୍ଠିତ

ଧାମରାରେ ବିଜେଡ଼ିର ମହାମିଶ୍ରଣ ପର୍ବ ଅନୁଷ୍ଠିତ
SHARE NOW :

ଭଦ୍ରକ(ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଚାନ୍ଦବାଲି ବ୍ଲକ ଧାମରା ଗଙ୍ଗାମାତା ପଡ଼ିଆରେ ବିଜେଡ଼ିର ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ସରପଞ୍ଚ ସୁରେଶ ମାହୁ ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କ ସହ ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ଆସିବା ପରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏ ତାଙ୍କୁ ସ୍ଵାଗତ କରିବା ସହ ତାଙ୍କୁ ଏହି ମହାମିଶ୍ରଶ ପର୍ବରେ ସାମିଲ କରିଥିଲେ ।

ବିଜେଡ଼ି ଉପସଭାପତି ବଳଭଦ୍ର ଲେଙ୍କା ସଭାପତିତ୍ତ୍ବରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦିଜବର ରାଉତ, ବିଜେଡ଼ି ବରିଷ୍ଠ ନେତା ପ୍ରତାପ ଧଳ, ଧାମରା ସରପଂଚ ପ୍ରିୟ ରଂଜନ ଜେନା, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରଂଜନ ସାହୁ ପ୍ରମୁଖ ଉପସ୍ଥିତ ରହି ବିଜେଡ଼ିର ବିକାଶମୂଳକ କାର୍ଯ୍ୟ ଉପରେ ଅଭିଭାଷଣ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Related Posts