FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ପଞ୍ଚାୟତ ନିର୍ବାଚନ ପାଇଁ ସୁଦୃଢ ଶାସକ ଦଳ

ପଞ୍ଚାୟତ ନିର୍ବାଚନ ପାଇଁ ସୁଦୃଢ ଶାସକ ଦଳ

ପଞ୍ଚାୟତ ନିର୍ବାଚନ ପାଇଁ ସୁଦୃଢ ଶାସକ ଦଳ
SHARE NOW :

ଗଜପତି(ଲାଇଭଓଡିଶା ବ୍ୟୁରୋ) : ଆସୁଛି ପଞ୍ଚାୟତ ନିର୍ବାଚନ । ସୁଦୃଢ ଶାସକ ଦଳ । ଯେଉଁଠି ଦେଖିବ ସେଠି ଲାଗିଛି ସବୁଜ ପତାକା । ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖି କାର୍ଯ୍ୟ ଏବଂ ଲୋକପ୍ରିୟତାରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ଦିନ ଦଳରେ ସାମିଲ ହେଉଛନ୍ତି ଅନେକ କର୍ମୀ । ରାଜ୍ୟ ଶଙ୍କ ଧ୍ୱନୀରେ କମ୍ପୁଛ । ଏହାରି ମଧ୍ୟରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଜପତି ଜିଲ୍ଲା ରାଜନିତିରେ ଆସିଛି ବଡ ପରିବର୍ତ୍ତନ। । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡିରେ ମିଶୁଛନ୍ତି ବହୁ ନେତା ଓ କର୍ମୀ । ଆଜି ରାୟଗଡ଼ ବ୍ଲକ ଜିରାଙ୍ଗ ପଞ୍ଚାୟତରେ ଆୟୋଜିତ ବିଜେଡ଼ିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ବହୁ ନେତା, ସରପଞ୍ଚ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଜିଲ୍ଲା, ପରିଷଦ ସଭ୍ୟ ଦଳରେ ସାମିଲ ହୋଇଛନ୍ତି । କେବେ କଂଗ୍ରେସର ଗଡ଼ ଥିବା ଏହି ଅଞ୍ଚଳର ଲୋକଙ୍କ ଆସ୍ଥା ଦଳ ଉପରୁ ଉଠିବାରେ ଲାଗିଛି । ଦଳ ଛାଡ଼ି ବିଜେଡିରେ ମିଶୁଛନ୍ତି ନେତା ଓ କର୍ମୀ । ଫଳରେ କଂଗ୍ରେସ ଗଡ଼ରେ ବିଜେଡି ଶକ୍ତି ବଢ଼ିବା ସହ ଦଳ ତୃଣମୂଳ ସ୍ଥଳରୁ ସୁଦୃଢ଼ ହେବାରେ ଲାଗିଛି ।
ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ସମେତ ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ପୂର୍ବତନ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟମୀ ଗମାଙ୍ଗ, ସଂଖ୍ୟା ଲଘୁ ରାଜ୍ୟ ସମ୍ପାଦକ ପଲ୍ଲବ ଲିମ୍ମା, ରାଜ୍ୟ ସମ୍ପାଦକ ମରୁତ ପାଳ, ସମେତ ବହୁ ବରିଷ୍ଠ ନେତା କାର‌୍ୟ୍ୟକ୍ରମରେ ଯୋଗଦେଇ ଶାସକ ଦଳର ଜନହିତକର ଯୋଜନା ଓ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ପ୍ରଂଶସା କରିଛନ୍ତି । ତେବେ ଲାଗୁଛି ଆଗାମୀ ପଞ୍ଚାୟତ ନିର୍ବାଚନରେ ନିଜ ଗଡ ଜିତିବାପାଇଁ ବିରୋଧୀଙ୍କ ପାଖରେ ରଣନୀତି ଏବେ ଦୂର୍ବଳ ।

Leave a Reply

Your email address will not be published. Required fields are marked *

Related Posts