ତ୍ରିସ୍ତରୀୟ ପଞ୍ଚାୟତ ନର୍ବାଚନ ପାଇଁ ଲୋଇସିଂହା ଠାରେ ବିଜେଡି କର୍ମୀ ସମ୍ମିଳନୀ ବୈଠକ

SHARE NOW :
ଲୋଇସିଂହା(ଲାଇଭ ଓଡିଶା ନ୍ୟୁଜ) : ରାଜ୍ୟରେ ଆଗାମୀ ଦିନରେ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନର୍ବାଚନ । ଏଥିପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର ଏବଂ ଦଳର କର୍ମୀମାନେ । ପଞ୍ଚାୟତ ନିର୍ବାଚନ ଥିବାରୁ ବିଭିନ୍ନ ରାଜନୈତିକ ଦଳ ଗୁଡିକ ନିଜ ନିଜର ଦଳ ଗୁଡିକୁ ନେଇ ପ୍ରଦର୍ଶନ କରିବାରେ ଲାଗି ପଡିଛନ୍ତି । ଏଥିନେଇ ଆଜି ବି ଜେ ଡ଼ି ପକ୍ଷରୁ ଲୋଇସିଂହା ନିର୍ବାଚନ ମଣ୍ଡଳୀ ର ୩୩ ଦ୍ଭକ୍ଟ ଜୋନ ର କର୍ମୀ ସମ୍ମିଳନୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୂର୍ବତନ ସାଂସଦ କଳିକେଶ୍ ସିଂହ ଦେଓ , ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଭ୍ୟ ଏବଂ ଲୋଇସିଂହା ର ଯୁବନେତା ନିହାର ରଞ୍ଜନ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହି ବୈଠକରେ ଏହି ଯୁବ ନେତା ଲୋକଙ୍କୁ ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦଳକୁ ଆହୁରି ମଜବୁତ କରିବା ପାଇଁ ଗୁରୁ ମନ୍ତ୍ର ଦେଇଛନ୍ତି , ଏହି ସଭା ରେ ବରିଷ୍ଠ ବିଜେଡି ନେତା ରିଷି ଅଗ୍ରୱାଲ, ସହଦେବ ସା, ନିତେଶ ଅଗ୍ରୱାଲ, ହୃଦାନନ୍ଦ ବେହେରା, ପ୍ରକାଶ ମହାରଣା, ଦମୟନ୍ତୀ ବାଗ, ଜୋସ୍ନାମୟୀ ନାଗ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ କ୍ଷ