ଗ୍ୟାସ ଦରଦାମ ବୃଦ୍ଧି ବିରୁଦ୍ଧରେ ପ୍ରତିବାଦ

SHARE NOW :
ଝାରସୁଗୁଡ଼ା (ଲାଇଭ ଓଡିଶା ନ୍ୟୁଜ୍) : ଝାରସୁଗୁଡ଼ା ଜିଲ୍ଲା ପୌରପରିଷଦ କାଯ୍ୟାଳୟ ସମ୍ମୁଖରେ ଆଜି କେନ୍ଦୀୟ ସରକାର ର ରନ୍ଧନ ଗ୍ୟାସ ଦରଦାମ ବୃଦ୍ଧି ବିରୁଦ୍ଧରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଛାତ୍ର ସଭାପତି ପଲାସ୍ କର୍ମାକର ଙ୍କ ନେତୃତ୍ୱରେ ପ୍ରତିବାଦ ହୋଇଛି । ଆନ୍ଦୋଳନରେ ବୀଜୁଜନତା ଦଳ ମହିଳା, ଯୁବ ଛାତ୍ର ଦଳ ତରଫରୁ ସଭାନେତ୍ରୀ ଜୟକୁମାରୀ ପଟେଲ, ଟାଉନ ସଭାପତି ସନ୍ଦୀପ ଅଗସ୍ତି , ବୀଜୁଜନତା ଦଳ ର ସମସ୍ତ କର୍ମୀ ଙ୍କ ଉପସ୍ଥିତ ରହି ରନ୍ଧନ ଗ୍ୟାସ, ପେଟ୍ରୋଲ ,ଦରଦାମ କମାଇବା ପାଇଁ ପ୍ରତିବାଦ କରିଛନ୍ତି ।ଆଗାମୀ ଦିନରେ ଯଦି କେନ୍ଦ୍ର ସରକାର ଏହି ସବୁ ଦରଦାମ ନ କମାନ୍ତି ତା ହେଲେ ବୀଜୁଜନତା ଦଳ ରାଜ ରାସ୍ତା କୁ ଆସି ଆନ୍ଦୋଳନ ଜାରି ରଖିବା ପାଇଁ ପ୍ରଧାନମନ୍ତ୍ରୀ ଙ୍କୁ ଆହ୍ୱାନ ଦେଇଛନ୍ତି ।