ଖାଉଟି ସାମଗ୍ରୀ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ରଣହୁଙ୍କାର

SHARE NOW :
କେନ୍ଦୁଝର(ଲୀଇଭ ଓଡିଶା ନ୍ୟୁଜ):ରନ୍ଧନ ଗ୍ୟାସ୍ ଓ ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବିଜେଡି ଓ ଯୋଡ଼ା ପୌରପାଳିକା ବିଜେଡି ପକ୍ଷରୁ ଏକ ବିଶାଳ ରାଲି ମାଧ୍ୟମରେ ଲୋକମାନେ ହାତରେ ଫ୍ଲାଗ କାର୍ଡ ଓ ଗ୍ୟାସ ଟାଙ୍କି ଧରି ପ୍ରଥମେ ଯୋଡ଼ା ପୌରପାଳିକା ଅଫିସ ଠାରେ ପହଂଚି ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଯୋଡ଼ା ପୌରାଧିକାରୀ ବିଚିତ୍ରା ନନ୍ଦ ନାଏକଙ୍କୁ ପ୍ରଦାନ କରିଥିବା ଦେଖିବାକୁ ମିଳିଛି । ପରେ ପରେ ବିକ୍ଷୋଭ କାରୀ ମାନେ ସେଠାରୁ ଯୋଡ଼ା ପଂଚାୟତ ସମିତି କାର୍ୟ୍ୟାଳୟ ଠାରେ ପହଂଚି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଗନ୍ନାଥ ହନୁମାନଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି । ଏହି ବିକ୍ଷୋଭରେ ଯୋଡ଼ା ଅଂଚଳର ହାଜାର ହଜାର ସଂଖ୍ୟାର ମହିଳା ପୁରୁଷ ଓ ଭିନ୍ନକ୍ଷମ ଯୋଗଦେଇଥିବା ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତି ରବୀନ୍ଦ୍ର କୁମାର ଦାସ , ଜିଲ୍ଲା ବିଜେଡି ସମ୍ପାଦକ ବାବୁଲାଲ ସାହୁ , ଜିଲ୍ଲା ବିଜେଡି ସଂଗଠକ ସୁଶାନ୍ତ କୁମାର ବାରିକ , ଯୁବ ବିଜେଡି ଉପସଭାପତି ସଂଜୀବ କୁମାର ପଳେଇଙ୍କ ନେତୃତ୍ୟରେ ଏହି ବିକ୍ଷୋଭ ସମ୍ପାଦନ କରାଯାଇଥିବାବେଳେ ଆଗାମୀ ଦିନରେ କେନ୍ଦ୍ର ସରକାର ଯଦି ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତେବେ ଆଗାମୀ ଦିନରେ ପଲ୍ଲୀ ଠାରୁ ଦିଲ୍ଲୀ ଯାଏ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କହିଥିଲେ । ସାଧାରଣ ଜନତାଟିଏ ଆଜି ମୋଦି ସରକାରର ମାରଣ ନୀତି ଅବଗତ ହୋଇସାରିଛି ଯାହା ଆଗାମୀ ନିର୍ବାଚନରେ ଉଚିତ ଜବାବ ଦେବେ ବୋଲି ସେମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ରାଳିରେ ଯୁବ ବିଜେଡି , ଛାତ୍ର ବିଜେଡି ଓ ମହିଳା ବିଜେଡିର ଶହ ଶହ କର୍ମୀ ଯୋଗଦେଇଥିବା ଦେଖିବାକୁ ମିଳିଛି ।