ବିଜେଡିର ପ୍ରତିବାଦ

SHARE NOW :
କଟକ (ଲାଇଭ୍ ଓଡିଶା ନ୍ୟୁଜ୍) : କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜେଡି ତରଫରୁ ନିଶ୍ଚିନ୍ତକୋଇଲି ବ୍ଲକ ସମ୍ମୁଖରେ ଗଣଧାରଣା ସହିତ ବିକ୍ଷୋଭ ପଦର୍ଶନ କରାଯାଇଛି । ଆକାଶ ଛୁଆ ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧିକୁ ବିଜେଡି ବିରୋଧ କରିଛି । ପ୍ରତିବାଦରେ ବ୍ଲକ ଅଦକ୍ଷା ସବିତା ଓଝା, ରମାକାନ୍ତ ମହାନ୍ତି, ଛାତ୍ର ବିଜେଡି, ଯୁବ ବିଜେଡି, ମହିଳା ବିଜେଡି ଓ ଅନେକ ସରପଞ୍ଚ ଏବଂ ବହୁ ବିଜେଡିକର୍ମୀ ମାନେ ଯୋଗଦେଇଥିଲେ ।
ମୋଦି ସରକାର ଓ କେନ୍ଦ୍ର ମନ୍ତ୍ରୀ ଧର୍ମେଦ୍ର ପ୍ରଧାନ ଙ୍କ ବିରୁଧ୍ୟରେ ବିଭିନ୍ନ ପ୍ରକାର ନାରାବାଜି କରିଥିଲେ । ମୋଦି ସରକାରଙ୍କ ସାତ ବର୍ଷ ଶାସନ କାଳରେ ଏ ଊ ଚ ହାର କମିଛି, ବେରୋଜଗାରୀ ବଢିଛି, ନା ଲୋକଙ୍କ ବ୍ୟାଙ୍କ ଖାତାକୁ ୧୫ଲକ୍ଷ ଆସିଛି, ନା କଳାଧନ ଫେରିଛି, ନା ଦାଉଦ -ନିରବମୋଦି -ବିଜୟ ମାଲ୍ୟାଙ୍କୁ ଭାରତ ଅଣାଯାଇ ପାରିଛି ବୋଲି ବର୍ଷିଥିଲା ବିଜେଡି ।
ଏପଟେ ପେଟ୍ରୋଲ ଓ ଡିଜେଲ ଲୋକଙ୍କୁ ଅସ୍ତବେସ୍ତ କରୁଥିବାବେଳେ କୁଆଡେ ଗଲା ଗ୍ଦଗ୍ଧବକ୍ସଗ୍ଧ କ୍ଟଲ ସଦ୍ଭୟସବ ଆଉ ଜ୍ଞବଳର ସଦ୍ଭ ଓଦ୍ଭୟସବ ବୋଲି ଜବାବ ମାଗିଛି ବିଜେଡି ।
ନିଶ୍ଚିନ୍ତକୋଇଲିରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପାଖରୁ ବାହାରି ଏକ ପଟୁଆରରେ ପହଞ୍ଚିଥିଲେ ବ୍ଲକ ସମ୍ମୁଖରେ. ମହିଳା ମାନେ ଚୁଲି ଜାଳି ପ୍ରତିବାଦ କରିଥିଲେ ।