FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଦରବୃଦ୍ଧି ନେଇ ବିଜେଡିର ଆନ୍ଦୋଳନ

ଦରବୃଦ୍ଧି ନେଇ ବିଜେଡିର ଆନ୍ଦୋଳନ

ଦରବୃଦ୍ଧି ନେଇ ବିଜେଡିର ଆନ୍ଦୋଳନ
SHARE NOW :

ଭୁବନେଶ୍ୱର (ଲାଇଭ ଓଡିଶା ନ୍ୟୁଜ୍‌) : ବର୍ଦ୍ଧିତ ଦର ଆଜି ବି ଚିନ୍ତାର କାରଣ ସାଜିଛି । ଦରବୃଦ୍ଧି ପାଇଁ ପ୍ରତ୍ୟେକ ଗ୍ରାହକ ଆଜି ଅସନ୍ଟୁଷ୍ଟ । ଜନସାଧାରଣ ନିଜର ଦୈନନ୍ଦିନ ଜୀବନରେ ହନ୍ତସନ୍ତ ହେବାକୁ ଲାଗିଲେଣି । ଦରବୃଦ୍ଧି କମ ହେବାକୁ ନେଇ ଆଜି ମଧ୍ୟ ଆଶାରେ ଅଛନ୍ତି ସାଧାରଣ ଜନତା । କିନ୍ତୁ ଏବେବି କିଛି କମିବାର ନାଁ ଧରୁନାହିଁ । ଏପଟେ ବଢୁଛି ଦର ଏବଂ ଅନ୍ୟପଟେ ତୀବ୍ର ବେଗରେ ବଢୁଛି ଜନ ଅସନ୍ତୋଷ ।
ବିଫଳ ହୋଇଛି ଉଜ୍ଜ୍ୱଳା ଯୋଜନା । ଯୋଜନାର ସୁଫଳ ମିଳୁ ନାହିଁ । ଦରବୃଦ୍ଧି ଯୋଗୁଁ ରିଫିଲିଂ ନ କରିପାରି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ମହିଳା ଗ୍ୟାସ ଦର ବୃଦ୍ଧି ପାଇଁ ତେଜିଲାଣି ଜନ ଅସନ୍ତୋଷ । ଏହାର ପ୍ରତିବାଦରେ ଆନ୍ଦୋଳନର ପନ୍ଥା ବାଛିଛି ବିଜେଡି । ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ ଆସନ୍ତା ୨୨ରେ କଟକ, ୨୩ରେ ସମ୍ବଲପୁର ଓ ୨୪ ବ୍ରହ୍ମପୁର ଆରଡିସି ଜୋନରେ ଥିବ ସମସ୍ତ ବ୍ଲକରେ ଆନ୍ଦୋଳନ କରାଯିବ ବୋଲି ପ୍ରେସମିଟରେ କହିଛନ୍ତି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ । ଏନେଇ ବିଜେଡି ପକ୍ଷରୁ ପ୍ରେସମିଟ୍ କରାଯାଇଛି ।
ସାଢ଼େ ୩ ବର୍ଷ ମଧ୍ୟରେ ଗ୍ୟାସ ଦର ୭୦ ପ୍ରତିଶତ ବଢ଼ିଛି । ଗ୍ୟାସ୍ ଦର ନ କମାଇଲେ ବିରାଟ ଜନ ଆନ୍ଦୋଳନ ହେବ । ଉଜ୍ଜ୍ୱଳା ଯୋଜନା କରି କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଠକିଛନ୍ତି । ଏବେ ସିଲିଣ୍ଡର ଦାମ ୯ ଶହ ଟଙ୍କା ଉପରେ ରହିଛି । କେନ୍ଦ୍ର ସରକାର ଦର ହ୍ରାସ ନ କରିବା ଯାଏ ଏହା ବିରୋଧରେ ସାରା ରାଜ୍ୟରେ ଆନ୍ଦୋଳନ ହେବ ।
ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି, ବିଜୁ ଜନତା ଦଳ ସାଧାରଣ ଜନତାଙ୍କ ସ୍ୱର ହୋଇ ଆନ୍ଦୋଳନ କରିବ । ଆସନ୍ତାକାଲି କଟକ ଆରଡିସି ଜୋନର ସମସ୍ତ ବ୍ଲକରେ ଆନ୍ଦୋଳନ କରାଯିବ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆନ୍ଦୋଳନ କରାଯିବ । ଆନ୍ଦୋଳନ ତୀବ୍ରତର ହେବ । କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରବଞ୍ଚନାରେ ପରିଣତ ହୋଇଛି ।

Leave a Reply

Your email address will not be published. Required fields are marked *

Related Posts