FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ୍ : ଅଳକା ମହାନ୍ତି ବିଜୟୀ

ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ୍ : ଅଳକା ମହାନ୍ତି ବିଜୟୀ

ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ୍ : ଅଳକା ମହାନ୍ତି ବିଜୟୀ
SHARE NOW :

ଭୁବନେଶ୍ୱର (ଲାଇଭ ଓଡ଼ିଶା): ବ୍ରଜରାଜନଗର ଉପନିର୍ବାଚନରେ ବାଜି ମାରିଲା ବିଜେଡି । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ହେଲେ ବିଜୟନୀ । ଅଳକା ମହାନ୍ତି ୬୫ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇ ଅଳକା ବିଜୟନୀ ହୋଇଛନ୍ତି । 

ତେବେ ୬୫ ହଜାରରୁ ଅଧିକ ଭୋଟରେ ଅଳକା ମହାନ୍ତି ବିଜୟୀ ହୋଇଛନ୍ତି । ସେହିପରି ୨୫,୮୨୭ ଖଣ୍ଡ ଭୋଟ ସହିତ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ରହିଛନ୍ତି । ସେହିପରି ୨୧,୪୬୮ ଖଣ୍ଡ ଭୋଟ ସହିତ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି । 

ଶୁକ୍ରବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ଏଥର ଉପନିର୍ବାଚନରେ ମୋଟ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ । ମେ ୩୧ ତାରିଖ ଦିନ ଭୋଟ ଗ୍ରହଣ ହୋଇଥିଲା ।

Leave a Reply

Your email address will not be published. Required fields are marked *

Related Posts