FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ମମିତା ହତ୍ୟା ମମଲା: ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ କଲେ ବିଜେପି ଓ କଂଗ୍ରେସ

ମମିତା ହତ୍ୟା ମମଲା: ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ କଲେ ବିଜେପି ଓ କଂଗ୍ରେସ

ମମିତା ହତ୍ୟା ମମଲା: ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ କଲେ ବିଜେପି ଓ କଂଗ୍ରେସ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାକୁ ନେଇ ବଢୁଛି ଉତ୍ତେଜନା । ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡି ଯାଉଛି । ମନ୍ତ୍ରୀଙ୍କୁ ଏପର୍ଯ୍ୟନ୍ତ ବରଖାସ୍ତ କରାଯାଇନାହିଁ କି ସେ ନିଜେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇନାହାଁନ୍ତି । ଏନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଯାଇଛି । ସେପଟେ ଏ ନେଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ରାଜ୍ୟ କଂଗ୍ରେସ ଓ ବିଜେପି । ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗରେ ତାଙ୍କର ବହିଷ୍କାର ଦାବିରେ କଂଗ୍ରେସ ଓ ବିଜେପି ଦଳ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏନେଇ ଉଭୟ ଦଳ ପକ୍ଷରୁ ରାଜ୍ୟପାଳଙ୍କ ପାଖରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ସେପଟେ ଅଭିଯୁକ୍ତ ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ବଙ୍ଗୋମୁଣ୍ଡା ଏସଡିଜେଏମ୍ କୋର୍ଟରେ ତାଙ୍କୁ ହାଜର କରିଛି ପୋଲିସ । ଖୁବ୍ ଶୀଘ୍ର ଗୋବିନ୍ଦଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ବୋଲି ସୂଚନା ମିଳିଛି । ଘଟଣା ପଛରେ ଅନେକ ଲୋକଙ୍କର ସମ୍ପୃକ୍ତି ରହିଥିବାର ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗୋବିନ୍ଦକୁ ରିମାଣ୍ଡରେ ନେଇ ହତ୍ୟାକାଣ୍ଡର ସମସ୍ତ ରହସ୍ୟ ଉନ୍ମୋଚନ କରିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *

Related Posts