ବିଜେପି ର ଅଭିନବ ପ୍ରତିବାଦ

SHARE NOW :
ନିଶ୍ଚିନ୍ତକୋଇଲି, (ଲାଇଭ ଓଡିଶା ନ୍ୟୁଜ୍ ) ଥମୁନାହିଁ ମମତା ହତ୍ୟା ଘଟଣା ପ୍ରତିବାଦ । କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ରେ ବିଜେପି ତରଫରୁ ପ୍ରତିବାଦ କରାଯାଇଛି । ନିଶ୍ଚିନ୍ତ କୋଇଲି ବଜ଼ାରମଧ୍ୟରୁ ଏକ ପଟୁଆରରେ ବାହାରି ଥିବା ବିଜେପି କର୍ମୀ ମାନେ. ମୁଖ୍ୟ ମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏହା ସହ ସରକାର ଓ ମନ୍ତ୍ରୀ ପ୍ରତାପ ଜେନା ଙ୍କ ବିରୁଧ୍ୟରେ ବ୍ଲକ ଅଫିସ ସମ୍ମୁଖରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇଥିଲେ । ପ୍ରତିବାଦରେ ଜିଲ୍ଲା ବିଜେପି ନେତ୍ରୀ ଯାଜ୍ଞସେନୀ ଜେନା, ମଣ୍ଡଳ ସଭାପତି ଅମରେନ୍ଦ୍ର ଦାସ, କଲ୍ୟାଣୀ ସେଠୀ ଙ୍କ ସହ ବହୁ ପଞ୍ଚାୟତର ନେତୃବୃନ୍ଦ ଉପସ୍ଥିତ ଥିଲେ.
ନିଶ୍ଚିନ୍ତକୋଇଲିରୁ ସନ୍ତୋଷ ସ୍ୱାଇଁଙ୍କ ରିପୋର୍ଟ, ନୀଳାଚଳ ନ୍ୟୁଜ