FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସ୍ୱାର୍ଥ ହାସଲ କରୁଛି ବିଜେପି

ସ୍ୱାର୍ଥ ହାସଲ କରୁଛି ବିଜେପି

ସ୍ୱାର୍ଥ ହାସଲ କରୁଛି ବିଜେପି
SHARE NOW :


ଘଟଣାକୁ ପୁରିଲାଣି ମାସେ । କିନ୍ତୁ ଥମ୍‌ୁନି ନିଆଁ । ମମିତାଙ୍କୁ ନ୍ୟାୟ ଦାବିରେ ରାସ୍ତାରେ ଲାଗିରହିଛି ପ୍ରତିବାଦ । ପ୍ରତି ଜିଲ୍ଲାରେ ବିଜେପିର ଚାଲିଛି ଆନ୍ଦୋଳନ । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ସିବିଆଇ ତଦନ୍ତ ଦାବି ହେଉଛି । ଏନେଇ ଆଜି ବିଜେପି ପକ୍ଷରୁ ୮ ଘଣ୍ଟିଆ ଝାରସୁଗୁଡା ଓ ୧୨ ଘଣ୍ଟିଆ ଗଜପତି ବନ୍ଦ ଡାକରା ଦିଆଯାଇଛି ।
ବନ୍ଦ ଡାକରାକୁ ପାଳନ କରି ଝାରସୁଗୁଡା ଜିଲ୍ଲାର ୩ ପୌରାଞ୍ଚଳ ଓ ୫ଟି ବ୍ଲକର ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ଅନୁଷ୍ଠାନ, ଶିଳ୍ପ ସଂସ୍ଥା ବନ୍ଦ କରାଯାଇଛି । କେବଳ ଜରୁରୀସେବା ବାଦ ଦିଆଯାଇଛି । କର୍ମୀମାନେ ସହରର ୧୨ଟି ସ୍ଥାନରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛନ୍ତି ।
ଅନ୍ୟପଟେ ଗଜପତିରେ ଜାରି ରହିଛି ପ୍ରତିବାଦ । ମମିତାଙ୍କ ପାଇଁ ନ୍ୟାୟ ସନ୍ଧାନ ଦାବିରେ ରାସ୍ତାକୁ ଓହ୍ଲାଇଥିବା ବିଜେପି ଅନ୍ୟମାନଙ୍କ ସହ କରୁଛି ଅନ୍ୟାୟ । ଯାତାୟତ ବାଧାପ୍ରାପ୍ତ ଯୋଗୁ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ଏପରିକି ଗୁରୁତର ରୋଗୀଙ୍କୁ ମଧ୍ୟ ବାଟ ଛାଡୁନାହାନ୍ତି । ଏନେଇ ଏକ ମହିଳା ରୋଗୀ ଭୁବନେଶ୍ୱର ଆସୁଥିବା ବେଳେ ରାସ୍ତା ଅବରୋଧ ଯୋଗୁ ସେ ଅଧାରେ ଅଟକି ରହିଛନ୍ତି । ଏଥିରେ ବିଜେପିର ହୀନ ରାଜନୀତିର ସ୍ପଷ୍ଟ ଚିତ୍ର ବାରି ହେଉଛି ।

Leave a Reply

Your email address will not be published. Required fields are marked *

Related Posts