FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଜନନୀ ଏକ୍ସପ୍ରେସ ବଦଳରେ ଖଟିଆ ଏକ୍ସପ୍ରେସ ଚାଲିଥିବା ଅଭିଯୋଗ ଆଣିଲା ବିଜେପି ମହିଳା ମୋର୍ଚ୍ଚା

ଜନନୀ ଏକ୍ସପ୍ରେସ ବଦଳରେ ଖଟିଆ ଏକ୍ସପ୍ରେସ ଚାଲିଥିବା ଅଭିଯୋଗ ଆଣିଲା ବିଜେପି ମହିଳା ମୋର୍ଚ୍ଚା

ଜନନୀ ଏକ୍ସପ୍ରେସ ବଦଳରେ ଖଟିଆ ଏକ୍ସପ୍ରେସ ଚାଲିଥିବା ଅଭିଯୋଗ ଆଣିଲା ବିଜେପି ମହିଳା ମୋର୍ଚ୍ଚା
SHARE NOW :

ରାୟଗଡା, ୧୫.୯ (ଲାଇଭ୍ ଓଡିଶା ନ୍ୟୁଜ୍‌/ ସୁଧିର ଚୌଧୁରୀ):ମହିଳା ଓ ଶିଶୁ ସ୍ୱାସ୍ଥସେବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାୟଗଡ ଜିଲ୍ଲା ମହିଳା ମୋର୍ଚ୍ଚା । ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ତଥା , ଜିଲ୍ଲା ପ୍ରଭାରୀ ବବିତା ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ମହିଳା ଓ ଶିଶୁ ସୁରକ୍ଷା ସ୍ୱାସ୍ଥ୍ୟ, ଶିକ୍ଷା, ଅପପୃଷ୍ଠି, ମହିଳା ସଶକ୍ତିକରଣ ସଁପୂର୍ଣ୍ଣ ଵିପଯ୍ୟସ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ଜିଲ୍ଲାରେ ଶିଶୁ ମୃତ୍ୟୁହାର ୨୦୧୬/୧୭ ରେ ପ୍ରତି ହଜାର ଶିଶୁଙ୍କ ମଧ୍ୟରେ ୩୫ ଜଣ ଥିବାବେଳେ ଏବେ ଏହା ବଢିଯାଇ ୪୦ ରେ ପହଂଚିଛି ଯାହାକି ଅତି ଦୁଃଖଦ ଅଟେ।


ସେହିଭଳି ଜିଲ୍ଲାରେ ଗର୍ଭହବତୀ ମହିଳାଙ୍କ କଥା ଅତି ବିଷମ ହୋଇପଡିଛି କାରଣ ଏଠି ଜନନୀ ଏକ୍ସପ୍ରେସ ବଦଳରେ ଖଟିଆ ଏକ୍ସପ୍ରେସ ଚାଲୁଛି ଯାହାକି ସବୁବେଳେ ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି। କରୋଣା ତୃତୀୟ ଲହର ରେ ଶିଶୁଙ୍କ ପ୍ରତି ଅତି ବିପଦ ରହିଥିବା ବେଳେ ଶିଶୁଙ୍କ ଚିକିତ୍ସା ପାଇଁ ଅତିଶୀଘ୍ର ଆଧୁନିକ ସରଞ୍ଜାମ ର ଆବଶ୍ୟକତା ରହିଛି।
ତେଣୁ ଏହାର ସମାଧନ କାନଗଲେ ଆଗାମୀ ଦିନରେ ବିଜେପି ମହିଳା ମୋର୍ଚ୍ଚା ରାଜ ରାସ୍ତାକୁ ୱଲ୍ଡାଇବେ ବୋଲି ଚେତାବନୀ ଦେଇଛନ୍ତି । ଏହି ସମିଳନୀ ରେ ଜିଲ୍ଲାର ମହିଳା ସଭାନେତ୍ରୀ ରଞ୍ଜନା ଉପାଧ୍ୟାୟ, ସମ୍ପାଦିକା ପିଙ୍କି ମହାପାତ୍ର, ଉପସଭା ନେତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Related Posts