FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଭୁବନେଶ୍ୱର ସାଂସଦ ଅପରାଜିତା ସଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର ସାଂସଦ ଅପରାଜିତା ସଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର ସାଂସଦ ଅପରାଜିତା ସଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ
SHARE NOW :

କେନ୍ଦୁଝର (ଲାଇଭଓଡିଶା ନ୍ୟୁଜ)ଭୁବନେଶ୍ଵର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି କେନ୍ଦୁଝର ଜିଲ୍ଲା ଘଟଗାଁଠାରେ ମାତାରିଣୀଙ୍କ ଦର୍ଶନ ସାରି ଜିଲ୍ଲାର ପ୍ରମୁଖ ସମସ୍ୟା ଗୁଡିକୁ ଅନୁଧ୍ୟାନ କରିଛନ୍ତି । ଏହାପରେ ଜିଲ୍ଲା ମୁଖ୍ୟାଳୟ ଉସକ୍ସମଙ୍କସଗ୍ଧ ଐକ୍ଟଙ୍କଗ୍ଦର ଠାରେ ପହଞ୍ଚି ଏକ ସାମ୍ବାଦିକ ସମ୍ମିଳନୀ ରେ ଯ୍ଧେଜ୍ଞଦେଇଛନ୍ତି । । ଏହି କାର୍ଯ୍ୟକ୍ରମରେ ସେ ଜିଲ୍ଲାର ବିଭିନ୍ନ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ . ଦୀର୍ଘ ଦିନ ଧରି ନିର୍ମାଣାଧୀନ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ ସମ୍ପୁର୍ଣ୍ଣ ନହେବା, କେନ୍ଦୁଝର ସ୍ଥିତ ନିର୍ମାଣାଧୀନ ମେଡିକାଲ୍ କଲେଜର ନିର୍ମାଣ କାର‌୍ୟ୍ୟ ମନ୍ଥର ଗତିରେ ଚାଲୁଥିବାରୁ ସେ ପ୍ରଶାସନକୁ ପ୍ରଶ୍ନ କରିଥିଲେ । ଜିଲ୍ଲାର ସହରାଞ୍ଚଳ ରାସ୍ତାଘାଟକୁ ବ୍ୟବସାୟୀମାନେ ଜବର ଦଖଲ କରିବା ଓ ବିପର‌୍ୟ୍ୟସ୍ତ ଡ୍ରେନେଜ୍ ସମସ୍ୟା ପାଇଁ ସେ ଜିଲ୍ଲା ପ୍ରଶାସନକୁ ଦାୟୀ କରିଥିଲେ । ସଦ୍ୟ ପ୍ରକାଶିତ ନିତି ଆୟୋଗଙ୍କ ରିପୋର୍ଟ ଅନୁସାରେ କେନ୍ଦୁଝର ଜିଲ୍ଲାରେ ୪୨ ପ୍ରତିଶତ ଲୋକ ଗରିବ ସୀମାରେଖା ତଳେ ଥିବା ସୂଚନା ଥିବା ଯୋଗୁଁ ସେ ସିଧା ସଳଖ ରାଜ୍ୟ ସରକାର ତଥା ସ୍ଥାନୀୟ ପ୍ରସାସନଙ୍କୁ ଦାୟୀ କରିଛନ୍ତି । ଏଥିସହିତ, ଜିଲ୍ଲାରେ ଏକ କୃଷି ବିଶ୍ଵ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ସେ ଦାବି କରିଥିଲେ. ଜିଲ୍ଲାରେ ବିଭିନ୍ନ ସରକାରୀ ଯୋଜନାରେ ଊଗୠ ପାଣ୍ଠି ବ୍ୟବହୃତ ହେବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ . ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ସାପ୍ତାହିକ ଇଂରାଜୀ ନିଉଜ ପେପର ମାଇନ୍ସ ଏଣ୍ଡ ଇଣ୍ଡଷ୍ଟ୍ରି ଅବଜର୍ବର ସମ୍ପାଦକ ସିରିଷ ଚନ୍ଦ୍ର ମହାନ୍ତି ତାଙ୍କ ପ୍ରଶ୍ନ ମାଧ୍ୟମରେ ୫୨୦ ରାଜପଥ ନିର୍ମାଣ ଶେଷ ପୂର୍ବରୁ ଟୋଲ ପ୍ଲାଜା ଓ ମେସିନ ମାଇନିଂ ଦ୍ୱାରା ପ୍ରାୟ ତିନି ଲକ୍ଷ ଲୋକଙ୍କର ପତା ମିଳୁନଥିବା କଥା ପଚାରିଥିଲେ । ଶ୍ରୀମତୀ ଷଡଙ୍ଗୀ ଏହି ପ୍ରଶ୍ନ ଦୁଇଟିର ଉତ୍ତରରେ ଏହା ତଦନ୍ତ ସାପେକ୍ଷ ଏବଂ ଏହାକୁ ତର୍ଜମା କରାଯିବ ବୋଲି କହିଥିଲେ

Leave a Reply

Your email address will not be published. Required fields are marked *

Related Posts