FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ସୁବର୍ଣ୍ଣପୁରରେ ମମିତା ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବୀରେ ବିଜେପିର ବିକ୍ଷୋଭ

ସୁବର୍ଣ୍ଣପୁରରେ ମମିତା ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବୀରେ ବିଜେପିର ବିକ୍ଷୋଭ

ସୁବର୍ଣ୍ଣପୁରରେ  ମମିତା ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବୀରେ ବିଜେପିର ବିକ୍ଷୋଭ
SHARE NOW :

ସୁବର୍ଣ୍ଣପୁର(ନୀଳାଚଳ ନ୍ୟୁଜ/ଲାଇଭ ଓଡିଶା ନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ସନସାଇନ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହରଙ୍କ ଅପହରଣ ଓ ଜଘନ୍ୟ ହତ୍ୟାର ଷଡଯନ୍ତ୍ରକାରୀଙ୍କୁ ତୁରନ୍ତ ଗିରଫ କରିବା ସହିତ ସିବିଆଇ ତଦନ୍ତ ଦାବୀରେ ଜିଲ୍ଲାପାଳଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ବରିଷ୍ଠ ବିଜେପି ନେତା ବଳଦେବ ବେଦବାଗଙ୍କ ନେତୃତ୍ବରେ ଶତାଧିକ ବିଜେପି କାର‌୍ୟ୍ୟକର୍ତ୍ତା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।ଭବାନୀ ପାଟଣାର ସନସାଇନ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେରଙ୍କ ରହସ୍ୟ ଜନକ ମୃତ୍ୟୁର ସିବିଆଇ ତଦନ୍ତ କରିବା ସହିତ ଷଡଯନ୍ତ୍ରକାରୀଙ୍କୁ ଗିରଫ କରିବା ପାଇଁ ବିଜେପି ଦାବୀ ରଖିଛି ।ଏହି ବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁଙ୍କ ସଂଦେହ ଜନକ କାର‌୍ୟ୍ୟକଳାପ ଓ ରାଜ୍ୟର ଗୃହ ରାଜ୍ୟ ମନ୍ତ୍ରୀ କେପଟେନ ଦିବ୍ୟଶଙ୍କର ମିଶ୍ର ,ସୋନପୁର ବିଧାୟକ ତଥା ଅର୍ଥ ମନ୍ତ୍ରୀ ନିରଂଜନ ପୂଜାରୀ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସହିତ ଗୋବିନ୍ଦ ସାହୁଙ୍କ ସହିତ ଘନିଷ୍ଠତା ରହିଥିବା ବିଜେପି ଅଭିଯୋଗ କରିଛି ।ତେବେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସନସାଇନ ବିଦ୍ୟାଳୟରେ କେଉଁ ସ୍ବାର୍ଥରେ ରାତ୍ରୀଯାପନ କରୁଥିଲେ ଓ ଗୋବିନ୍ଦ ସାହୁ ଉପରେ କାହା ସ୍ବାର୍ଥରେ ପୋଲିସ କାର‌୍ୟ୍ୟାନୁଷ୍ଠାନ ନେଉ ନ ଥିଲା ବୋଲି ପ୍ରଶ୍ନ କରିଛନ୍ତି ।ସେହିପରି ସନସାଇନ ବିଦ୍ୟାଳୟର ଅଧ୍ୟକ୍ଷା ମମିତାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ସହିତ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି । ସିବିଆଇ ତଦନ୍ତ କରିବା ସହିତ ତଦନ୍ତ ଶେଷ ହେବା ଯାଏଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ,ମନ୍ତ୍ରୀ ନିରଂଜନ ପୂଜାରୀ ଓ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖଙ୍କ ଇସ୍ତପା ଦାବୀ କରିଛନ୍ତି । ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ନେବାକୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେଙ୍କୁ ଏକ ସାତଦଫା ଦାବୀ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts