ବିଜେପି କର୍ମୀଙ୍କ ବିରୋଧ ପ୍ରଦର୍ଶନ

SHARE NOW :
କେନ୍ଦ୍ରାପଡ଼ା(ଲାଇଭ୍ ଓଡିଶା ନ୍ୟୁଜ୍) : ମମିତା ମେହେର ହତ୍ୟାକାଣ୍ଡକୁ ନେଇ କମୁନି ବିକ୍ଷୋଭ । କେନ୍ଦ୍ରାପଡ଼ାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ ଦାବିରେ ଭାରତୀୟ ଜନତା ପାର୍ଟି ର ମଣ୍ଡଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲାରେ ବିଭିନ୍ନ ବ୍ଲକ୍ କାର୍ୟ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ପଚାଶରୁ ଉର୍ଦ୍ଧ୍ୱ ବିଜେପି କର୍ମୀ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ବିକ୍ଷୋଭ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି କିଶୋର ପଣ୍ଡା ଙ୍କ ନେତୃତ୍ୱରେ ହୋଇଥିବା ଜଣାପଡିଛି । ମମିତା ମେହେର ହତ୍ୟାକାଣ୍ଡରେ ରାଜ୍ୟ ସରକାରଙ୍କ ମୌନ ରହିବା ପ୍ରତି ସନ୍ଦେହ ପ୍ରକଟ କରିବା ସହ ମନ୍ତ୍ରୀ ଦ୍ବୟଙ୍କ ଇସ୍ତଫା ଓ ଗିରଫ ଦାବୀ ଉପରେ ବିଭିନ୍ନ ନାରାବାଜି କରିଛନ୍ତି କ୍ଷ ଏହା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନା ଙ୍କ କୁଶ ପୁତ୍ତଳିକା ଦାହ କରିଥିିଲେ ।