FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ବିଜେପି ପକ୍ଷରୁ ୧୨ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା

ବିଜେପି ପକ୍ଷରୁ ୧୨ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା

ବିଜେପି ପକ୍ଷରୁ ୧୨ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା
SHARE NOW :

ସମ୍ବଲପୁର(ନୀଳାଚଳ ନ୍ୟୁଜ୍‌) ମମିତା ମୃତ୍ୟୁ ମାମଲାକୁ ନେଇ ଦିନକୁ ଦିନ ରାଜନୈତିକ ହିଂସା ତେଜିବାରେ ଲାଗିଛି । ଶାସକ ଦଳକୁ ଟାର୍ଗେଟ କରି ବିରୋଧୀ ଦଳମାନଙ୍କର ବିକ୍ଷୋଭ ବଢିବାରେ ଲାଗିଛି । ଏନେଇ ଆଜି ସମ୍ବଲପୁର ଜିଲ୍ଲାରେ ବିଜେପି ଦଳ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗିରଫ କରିବା ପରେ ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ଦାବିକୁ ଜୋରଦାର କରିଛି ବିଜେପି । ଏହି ବନ୍ଦ ପ୍ରକ୍ରିୟା ସକାଳ ୬ରୁ ଆରମ୍ଭ ହୋଇଯାଇଛି । ଏବଂ ଏହା ସଂନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲିବାକୁ ନେଇ ନିଷ୍ପତ୍ତି ନିଆଯାଇଛି ।


ଏହି ବନ୍ଦ ପ୍ରକ୍ରିୟାରେ ବିଜେପି ନେତା ଓ କର୍ମୀ ପିକେଟିଂ କରି ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି । ଏହାର ପ୍ରଭାବରେ ଜିଲ୍ଲାର ସମସ୍ତ ଦୋକନ ବଜାର ବନ୍ଦ ରହିଥିବା ବେଳେ, ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ଗାଡି ମଟର ଚଳାଚଳକୁ ମଧ୍ୟ ବନ୍ଦ କରାଯାଇଛି । ମମିତା ହତ୍ୟା ମାମଲାରେ ମନ୍ତ୍ରୀଙ୍କ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ଆନ୍ଦୋଳନକାରୀ । ଉକ୍ତ ଆନ୍ଦୋଳନରେ ଜରୁରୀ କାଳୀନ ସେବାକୁ ବାଦ୍ ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ସମ୍ୱଲପୁରରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts