ବଲାଙ୍ଗିର ଜିଲ୍ଲା ଲୋଇସିଂହାରେ ବ୍ଲକ ସ୍ତରୀୟ ଲୋକକଳା ସଙ୍ଗମ ୨୦୨୧

SHARE NOW :
ବଲାଙ୍ଗିର(ଲାଇଭ ଓଡିଶା ନ୍ୟୁଜ): ଦୀର୍ଘ ଦିନ ହେଲା ମାହାମାରୀ କରୋନା ର ପ୍ରକୋପ ସାରା ଦେଶରେ ତାର କାୟା ବିସ୍ତାର କରିଚାଳିଛି । ସେ ନେଇ କି ସରକାରଙ୍କ ଗାଇଡଲାଇନକୁ ମଧ୍ୟ ଲୋକେ ସମ୍ମାନ ଦେଇ ଆଜି ଯାଏ ସାଧାରଣ ଲୋକ ଓ ବିଭିନ୍ନ କଳାକାର ମାନେ ହାତ ବାନ୍ଧି ବସିଥିଲେ । ଯାହା ଫଳରେ କଳାକାର ମାନେ ନିଜର କୋହ କୁ ନିଜର ଛାତି ତଳେ ଚାପି ଦେଉଥିଲେ ।କିନ୍ତୁ ଗତ କିଛି ଦିନ ହେଲା କରୋନା କଟକଣା କିଛିଟା କୋହଳ ହେବା ପରେ ସାରା ରାଜ୍ୟରେ ବିଭିନ୍ନ କଳାକାର ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏନେଇ ବୁଧବାର ଦିନ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଠାରେ ସାମାଜିକ ,ସାଂସ୍କୃତିକ ଓ ଯୁବ ଅନୁଷ୍ଠାନ ସୁର ସଙ୍ଗମ ସାଂସ୍କୃତିକ ସଂସଦ,ଲୋଇସିଂହା ଓ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାର ଏବଂ ନେହେରୁ ଯୁବ କେନ୍ଦ୍ର ର ସହଭାଗିତା ରେ ବ୍ଲକ ସ୍ତରୀୟ ଲୋକ କଳା ସଂଗମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଦଘାଟନୀ ଉତ୍ସବରେ ବିଜୁ ଯୁବ ଜନତା ଦଳ ର ରାଜ୍ୟ ପରିଷଦ ସଭ୍ୟ ତଥା ସ୍ଥାନୀୟ ସୁର ସଂଗମ ସଂସଦ ର ଚେୟାରମେନ ନିହାର ରଂଜନ ବେହେରା ଓ ବିଭିନ୍ନ ଅଂଚଳରୁ ଆସିଥିବା ବରିଷ୍ଠ କଳାକାର ମାନେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳରୁ ଆସିଥିବା ୬୦୦ ରୁ ଉର୍ଦ୍ଧ କଳାକାର ମାନେ ଆସି ନିଜ ନଜିର ଲୋକକଳା ପ୍ରଦର୍ଶନ କରିଥିଲେ । ପରେ ଉଦଯାପନୀ ଉତ୍ସବରେ କାର୍ଯ୍ୟକ୍ରମର ଆବାହକ ସରୋଜ ବିଶ୍ୱାଳ ଙ୍କ ପରିକଳ୍ପନା ରେ ଆସନ୍ତା ଦିନ ମାନଙ୍କରେ ଅନୁଷ୍ଠାନ ପକ୍ଷରୁ ନେତ୍ରଦାନ ପ୍ରତି ଲୋକଙ୍କୁ ସଚେତନ ତଥା ଆଗ୍ରହ ସୃଷ୍ଠି କରିବା ପାଇଁ “ମୋ ପରେ ମୁଁ” ର ଉଦଘାଟନ କରିଥିଲେ ଉପ ଜିଲ୍ଲାପାଲ । ଏହି ଅଭିଯାନ କୁ କେମିତି ଲୋକଙ୍କ ପାଖରେ ପହଚାଂଯାଇ ପାରିବ ସେ ନେଇ ଡ. ଶେଖରଲାଲ ପଧାନ,ସରୋଜ ମହାକୁର,ସଶ୍ମିତା ସାହୁ,ଫିରୋଜ ସାଥୁଆ ଓ ବିକାଶ ପଧାନ ପ୍ରମୁଖ ପାଂଚ ଜଣିଆ ଟିମ ପ୍ରତିଜ୍ଞା ରଖିଥିଲେ ।ଏହାପରେ ବିଭିନ୍ନ ଅଂଚଳରୁ ଆସିଥିବା କଳାକାର ମାନଙ୍କୁ ସମ୍ମାନୀତ କରାଯାଇଥିଲା । ତେବେ ବହୁ ଦିନ ପରେ କଳାକାର ମାନେ ପୁଣି ଥରେ ମଂଚ କୁ ଆସି କଳା ପ୍ରଦର୍ଶନ କରିପାରିଥିବା ରୁ ନିଜକୁ ଉତ୍ସାହ ମନେ କରି ରଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ।ଏହି ଉତ୍ସବରେ ସୁର ସଂଗମ ସାସ୍କୃତିକ ଅନୁଷ୍ଠାନ ର ସମସ୍ତ କର୍ମକର୍ତା ମାନେ ସହଯୋଗ କରିଥିଲେ