FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଶହୀଦ ଦେବେନ୍ଦ୍ର ଧରୁଆ ଙ୍କର ସ୍ମୁତି ଉଦେଶ୍ୟ ରେ ବୋଡେ଼ନ ଥାନl ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଶହୀଦ ଦେବେନ୍ଦ୍ର ଧରୁଆ ଙ୍କର ସ୍ମୁତି ଉଦେଶ୍ୟ ରେ ବୋଡେ଼ନ ଥାନl ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଶହୀଦ ଦେବେନ୍ଦ୍ର ଧରୁଆ ଙ୍କର ସ୍ମୁତି ଉଦେଶ୍ୟ ରେ ବୋଡେ଼ନ ଥାନl  ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ
SHARE NOW :

ନୂଆପଡା(ଲାଇଭ ଓଡିଶା ନ୍ୟୁଜ): ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ବୋଡେନ ଥାନା ତରଫରୁ ସହୀଦ ଦେବେନ୍ଦ୍ର ଧରୁଆ ଙ୍କର ସ୍ମୃତି ଉଦେଶ୍ୟରେ ରାଜପୂର ଗ୍ରାମ ରେ ଦେବେନ୍ଦ୍ର ଧରୁଆ ଙ୍କ ପ୍ରତିମୃତ୍ତି ସ୍ଥାପନ କରି ବୋଡେନ ଥାନା ଆନୁକୂଲ୍ୟରେ ସ୍ଵଚ୍ଚକୃତ ମେଘା ରକ୍ତଦାନ ଶିବିର ଆୟୋଜନ ହୋଇ ଥିଲା l ଉକ୍ତ କାର‌୍ୟ୍ୟକ୍ରମ ରେ ନୂଆପଡା ଜିଲ୍ଲା ଆରକ୍ଷୀ ଅଧିକାରୀ ପ୍ରତୁଶ ଦିବାକର ମୁଖ୍ୟ ଅତିଥି ରୂପେ ଯୋଗ ଦାନ କରି କାର‌୍ୟ୍ୟକ୍ରମ ଟିକୁ ଉଦଘାଟନ କରିଥିଲେ, ସମ୍ମାନିତ ଅତିଥି ଭାବରେ SDPO, ସନ୍ତକ ଜେନା, ଇନ୍ସପେକ୍ଟର ଦେବାଶିଷ ରାଉତ, SI, ଗୌରୀ ଯାନୀ, ଆଶିଶଟେଣ୍ଡ କମାଣ୍ଡେଣ୍ଟ ୨୧ଉ ଭେରୀରାଜ କୁମାର, ଖୋଡୁପାଣି CRPF ନିତ୍ୟାନନ୍ଦ, ଭାଇସଓଦାନୀ ଆସିସଷ୍ଟେଣ୍ଡ କମାଣ୍ଡୋ VKK ରମାରାଓ, ବୋଡେ଼ନ କମାଣ୍ଡଡେଣ୍ଡ ଶ୍ରୀ ନନ୍ଦି ବାବୁ,ପ୍ରମୁଖ ଉପସ୍ଥିତ ଥିଲେ । କନେଷ୍ଟବଲ ୟୋଶୋ୍ବର୍ଦ୍ଧନ ପାତ୍ର, ଜିତେନ୍ଦ୍ରକୁମାର ଯୋଶୀ, ଲଳିତ ପଟେଲ କାର‌୍ୟ୍ୟକ୍ରମ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ଉକ୍ତ ରକ୍ତ ଦାନ କାର‌୍ୟ୍ୟରେ ପ୍ରଥମେ ଉଜଚୠ ଆସିଷ୍ଟାଣ୍ଟ କମାଣ୍ଡଡେଣ୍ଟ ନନ୍ଦୀ ବାବୁ ଏଗିରାଲା ସ୍ଵେଚ୍ଛାକୃତ ରକ୍ତ ଦାନ କରିଥିଲେ । ସ୍ୱାସ୍ଥ୍ୟ ବିଭାଗ ଡ଼ା, ପୁନିତ ଛବରିଆ, ଲିଙ୍ଗେଶ୍ୱର ଦାସ, ଯଦୁମଣି ବୈଠାରୁ, ଯଯାତିକେଶରୀ ମଲିକ, ହରେକୃଷ୍ଣ ମାଝୀ, ପ୍ରମୁଖ ସହଯୋଗ କରି ମୋଟ ୪୦ ୟୁନିଟ ରକ୍ତ ସଂଗ୍ରହରେ ସହଯୋଗ କରିଥିବା ବେଳେ, ସମାଜ ସେବି , ଅମ୍ରିତା ଖମାରି, ଓ ସୁମତ୍ର କୁମାର ଯୋଶୀ ଙ୍କ ସହିତ ଉଜଚୠ ଯବାନ, ଜଚୠ ଯବାନ ତଥା ସମସ୍ତ ପୋଲିସ କର୍ମ ଚାରି ରକ୍ତଦାନ କରିବା ସହିତ କାର‌୍ୟ୍ୟକ୍ରମ ପରିଚାଳନା ରେ ସକ୍ରିୟ ସହଯୋଗ କରିଥିଲେ, ବୋଡେନ ବ୍ଲକ ସମ୍ବାଦିକ ସଙ୍ଘଠନ ର ସଭାପତି ବିସିକେଶନ ପଣ୍ଡା ଙ୍କ ସହିତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Related Posts