- Home
- »
- Breaking News
- »
- ଅମୃତ ଶିକ୍ଷାନୁଷ୍ଠାନ ରେ ରକ୍ତଦାନ ଶିବିର ଅନୁଷ୍ଠିତ
ଅମୃତ ଶିକ୍ଷାନୁଷ୍ଠାନ ରେ ରକ୍ତଦାନ ଶିବିର ଅନୁଷ୍ଠିତ

SHARE NOW :
କେନ୍ଦ୍ରାପଡା(ଲାଇଭ ଓଡିଶା ନ୍ୟୁଜ): ରକ୍ତଦାନ ଏକ ମହତ ଦାନ ଏହା ଦ୍ଵାରା ଅନେକ ଜୀବନ ବଞ୍ଚିଥାଏ ଏଭଳି କହି କେନ୍ଦ୍ରାପଡ଼ା କୋରୁଆ ରେ ଥିବା ଅମୃତ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପଢୁଥିବା ଛାତ୍ର ଛାତ୍ରୀ ଏବଂ ସ୍ଥାନୀୟ ଯୁବକ ଯୁବତୀ ମାନେ ଅଂଶଗ୍ରହଣ କରି ରକ୍ତ ଦାନ କରିଥିଲେ ।ରକ୍ତ ଦାନ କଲେ ଶରୀର ସୁସ୍ଥ ରହିବ ବୋଲି ଶିକ୍ଷକ ମାନେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏହି କାର୍ୟ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଏବଂ ଯୁବକ ଯୁବତୀ ମାନେ ରକ୍ତ ଦାନ କରିଥିବା ଦେଖିବାକୁ ମିଳିଥିଲା ।