FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ରାଜଧାନୀ ବାସୀଙ୍କୁ ପ୍ରୋତ୍ସାହିତ କରିବାକୁ ବିଏମସି ର ନିଆରା ପଦକ୍ଷେପ

ରାଜଧାନୀ ବାସୀଙ୍କୁ ପ୍ରୋତ୍ସାହିତ କରିବାକୁ ବିଏମସି ର ନିଆରା ପଦକ୍ଷେପ

ରାଜଧାନୀ ବାସୀଙ୍କୁ ପ୍ରୋତ୍ସାହିତ କରିବାକୁ ବିଏମସି ର ନିଆରା ପଦକ୍ଷେପ
SHARE NOW :

ଭୁବନେଶ୍ୱର (ଲାଇଭ ଓଡିଶା ବ୍ୟୁରୋ):ଯେଉଁଆଡେ ଦେଖିଲେ ବର୍ଜ୍ୟ ବସ୍ତୁ ଗଦା ଗଦା । ବିଏମସି ପକ୍ଷରୁ ଯୋତେ ସଚେତନ କଲେ ମଧ୍ୟ ସୁଧୁରି ନାହାନ୍ତି ରାଜଧାନୀ ବାସୀ । ବର୍ଜ୍ୟ ସଂଗ୍ରହ, ପ୍ରକ୍ରିୟାକରଣ ଓ ପରିଚାଳନା କ୍ଷେତ୍ରରେ ଆଉ ପାଦେ ଆଗରେ ବିଏମସି । ରାଜଧାନୀବାସୀଙ୍କୁ ପ୍ରୋତ୍ସାହିତ କରିବାକୁ ଯାଇ ହାତକୁ ନିଆଗଲା ଆଉ ଏକ ନିଆରା ପଦକ୍ଷେପ । ଘର ଘର ବୁଲି ଦୈନିକ ଦୁଇଥର ସଂଗ୍ରହ କରାଯାଉଛି ବର୍ଜ୍ୟବସ୍ତୁ । ସଫେଇବାଲା ଓ ସଫେଇ ଗାଡ଼ିରେ ସଂଗ୍ରହ କରାଯାଉଛି ଅଳିଆ ।ଏପରିକି ଲୋକଙ୍କୁ ଅଧିକ ସଚେତନ କରିବା ପାଇଁ ଗୀତ ବଜାି ଆସୁଛି ସଫେଇ ଗାଡି । ଲୋକଙ୍କୁ ସଚେତନ କରିବାକୁ ନିୟୋଜିତ ଅଛନ୍ତି ସ୍ୱଚ୍ଛ ସାଥି । ସେପଟେ ଗଉଉ ଓ ଗଜୠରେ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ ଓ ପରିଚାଳନାରେ ନିୟୋଜିତ ଅଛନ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ।ଦୀର୍ଘଦିନ ଧରି ଲୋକଙ୍କୁ ସଚେତନ କରିବା ପରେ ଆଜି ଠାରୁ ଆରମ୍ଭ ହୋଇଛି ନୂଆ ଅଭିଯାନ । ଶୁଖିଲା ଓ ଓଦା ବର୍ଜ୍ୟବସ୍ତୁକୁ ପୃଥକ କରି ସଫେଇ ବାଲା ବା ସଫେଇ ଗାଡ଼ିରେ ଦେଉଥିବା ବ୍ୟକ୍ତିଙ୍କୁ ସବୁଜ ଷ୍ଟିକର, ଯେଉଁ ବ୍ୟକ୍ତି ବା ଅନୁଷ୍ଠାନ ବିନା ପୃଥକୀକରଣରେ ବର୍ଜ୍ୟ ଦେଉଛନ୍ତି ସେମାନଙ୍କୁ କମଳା ରଙ୍ଗର ଷ୍ଟିକର ଏବଂ ସଫେଇଗାଡି ଓ ସଫେଇବାଲା ଘର ପାଖକୁ ଯାଇ ବର୍ଜ୍ୟ ସଂଗ୍ରହ କରୁଥିଲେ ହେଁ ସେଗୁଡିକୁ ବାହାରେ ପକାଉଥିବା ବ୍ୟକ୍ତିଙ୍କୁ ଲାଲ ଷ୍ଟିକର ଦିଆଯାଇ ଚିହ୍ନଟ କରାଯିବ ।ଏହି ଆଧାରରେ ବିଏମସି ଅଧିକାରୀ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave a Reply

Your email address will not be published. Required fields are marked *

Related Posts