FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କଟକଣା କୋହଳ ପରେ ମାନୁ ନାହାଁନ୍ତି ନିୟମ : ବିଶାଲ ମେଗା ମାର୍ଟ ସିଲ୍‌

କଟକଣା କୋହଳ ପରେ ମାନୁ ନାହାଁନ୍ତି ନିୟମ : ବିଶାଲ ମେଗା ମାର୍ଟ ସିଲ୍‌

କଟକଣା କୋହଳ ପରେ ମାନୁ ନାହାଁନ୍ତି ନିୟମ : ବିଶାଲ ମେଗା ମାର୍ଟ ସିଲ୍‌
SHARE NOW :

ଭୁବନେଶ୍ୱର (ଲାଇଭ୍ଓଡ଼ିଶା ନ୍ୟୁଜ୍‌): ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ତେବେ ଏହାରି ଭିତରେ ଆଜି ଠାରୁ ଆରମ୍ଭ ହୋଇଯାଇଛି ଜୁଲାଇ ମାସର ଲକଡ଼ାଉନ୍ ପ୍ରକିୟା ତେଣୁ ଆଜି ରାସ୍ତାଘାଟରେ ନାହିଁ ନଥିବା ଭିଡ଼ । ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ପାରିନାହିଁ।

ତେଣୁ ସରକାର ଲକ୍‌ଡାଉନ୍ ସମ୍ପୂର୍ଣ୍ଣ ଉଠାଇ ନାହାନ୍ତି। ଯାହାଫଳରେ ଅଳ୍ପ କିଛି ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର ତାହା ପୁଣି କିଛି ସମୟ ବ୍ୟବଧାନରେ । ତେବେ ଏହାରି ଭିତରେ ଭୁବନେଶ୍ବର ଆଇଡ଼ି ମାର୍କେଟରେ ଥିବା ବିଶାଲ ମେଗା ମାର୍ଟ ଦେଖିବାକୁ ମିଳିଛି ନାହିଁ ନଥିବା ଭିଡ଼ । ଦୋକାନ ଭିତରେ କୋଭିଡ ନିୟମ ଉଲ୍ଲଂଘନ କରି ସାମଗ୍ରୀ ବିକ୍ରି କରୁଥିଲେ ଦୋକାନୀ ତେଣୁ ବିଏମ୍‌ସି ସ୍କ୍ବାଡ୍ ର ଚଢାଉ ପରେ ଏହାକୁ ସିଲ୍ କରାଯାଇଛି । 

ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ଅଧିକ ବ୍ୟାବସାୟିକ କାରବାରକୁ ଅନୁମତି ମିଳିଛି ଓ ସମୟସୀମା ମଧ୍ୟ ବଢ଼ିଛି। ୨୦ ଜିଲ୍ଲାରୁ ସପ୍ତାହାନ୍ତ ସଟ୍‌ଡାଉନ୍ ମଧ୍ୟ ଉଠାଇ ଦିଆଯାଇଛି। ତେବେ ସବୁ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି।

Leave a Reply

Your email address will not be published. Required fields are marked *

Related Posts