- Home
- »
- Breaking News
- »
- ଦୀପାବଳି ପାଇଁ ଶ୍ରୀମନ୍ଦିରର ଚାରିପଟେ ୧୪୪ ଧାରା ଜାରି
ଦୀପାବଳି ପାଇଁ ଶ୍ରୀମନ୍ଦିରର ଚାରିପଟେ ୧୪୪ ଧାରା ଜାରି

SHARE NOW :
ପୁରୀ(ଲାଇଭ ଓଡିଶା ନ୍ୟୁଜ): କରୋନା ପର୍ବପର୍ବାଣୀରେ ଗ୍ରହଣ ଲଗାଇଥିବା ବେଳେ ସବୁ ପୂଜା ପାର୍ବଣକୁ କଟକଣା ମଧ୍ୟରେ ପାଳନ କରାଯାଉଛି । କାଲି ହେଉଛି ଆଲେକର ପର୍ବ ଦୀପାବଳୀ । ଏଥିପାଇଁ ଜାରି ହୋଇଛି ସ୍ୱତନ୍ତ୍ର କଟକଣା । ଦୀପାବଳୀ ପାଇଁ ଶ୍ରୀମନ୍ଦିରରେ ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଭୋର ୪ଟାରୁ ମଧ୍ୟରାତ୍ରୀ ପର୍ୟ୍ୟନ୍ତ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ୧୪୪ ଧାରା ଜାରି ହେବ। ପବିତ୍ର ଗୟା ଶ୍ରାଦ୍ଧ ଦେବାକୁ ପ୍ରତିବର୍ଷ ପୁରୀକୁ ବହୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। ତେବେ ଚଳିତ ବର୍ଷ କରୋନା କଟକଣା ପାଇଁ ଶ୍ରଦ୍ଧାଳୁଙ୍କ ଆଗମନ ଉପରେ କଟକଣା ଜାରି କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ କାଉଁରିଆ ଜାଳିବା ଏବଂ କୌଣସି ପ୍ରକାରର ଶ୍ରାଦ୍ଧ ପିଣ୍ଡ ଦେବା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।