FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଝାରସୁଗୁଡାରେ BSKY ସ୍ମାର୍ଟକାର୍ଡ ବଣ୍ଟନ

ଝାରସୁଗୁଡାରେ BSKY ସ୍ମାର୍ଟକାର୍ଡ ବଣ୍ଟନ

ଝାରସୁଗୁଡାରେ BSKY ସ୍ମାର୍ଟକାର୍ଡ ବଣ୍ଟନ
SHARE NOW :

ନୀଳାଚଳ ବ୍ୟୁରୋ:ଝାରସୁଗୁଡାରେ ସ୍ମାର୍ଟ କାର୍ଡର ଶୁଭାରମ୍ଭ କଲେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ଝାରସୁଗୁଡା ବାସୀ ମଧ୍ୟ ପାଇପାରିବେ ସ୍ମାର୍ଟ କାର୍ଡର ସୁବିଧା । ଖାଲି କାର୍ଡ ବଣ୍ଟା ଯାଇନାହିଁ, ସ୍ମାର୍ଟ କାର୍ଡ ବାଣ୍ଟନ ସହ ଝାରସୁଗୁଡ଼ାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭରଚୁଆଲ୍ ମାଧ୍ୟମରେ ଯୋଗଦେଇ ଜିଲ୍ଲାବାସୀଙ୍କୁ ଉଦ୍‌ବୋଧନ କରିଛନ୍ତି ।
ଆଜି ଝାରସୁଗୁଡ଼ାରେ ୧୪୬ କୋଟିର ପ୍ରକଳ୍ପ ଉଦଘାଟନ ହେବା ସହ୧୫୩ କୋଟିର ପ୍ରକଳ୍ପକୁ ଶିଳାନ୍ୟାସ କରାଯାଇଛି। ସେପଟେ ଝାରସୁଗୁଡ଼ା ଓ ବ୍ରଜରାଜନଗର ପାଇଁ ୨ଟି ଓ୍ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କାମ ଆରମ୍ଭ ହୋଇଛି। ଏହା ସହିତ ସବୁ ଗାଁକୁ ବିଶୁଦ୍ଧ ପାଣି ଯୋଗାଣ ଯୋଜନା ମଧ୍ୟ ଆରମ୍ଭ ହୋଇଛି। ରସୁଗୁଡ଼ାର ସବୁ ଜିଲ୍ଲା ଓ ସହର ପାଇଁ ୬୧୮ କୋଟି ଟଙ୍କାର ଡ୍ରିଙ୍କିଙ୍ଗ ଓ୍ୱାଟର ପ୍ରକଳ୍ପରେ କାମ ଆରମ୍ଭ ହୋଇଛି। ଜୁନ ୨୦୨୨ ସୁଦ୍ଧା ଝାରସୁଗୁଡ଼ା ଜିଲ୍ଲାର ଗାଁ ଠାରୁ ସହର ସବୁ ସ୍ଥାନକୁ ପାଣି ଯୋଗାଇ ଦିଆଯିବ। ଏକଲକ୍ଷ ୨୨ହଜାର ଲୋକଙ୍କ ଘରକୁ ଟ୍ୟାପ୍ ଯୋଗେ ଜଳ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଝାରସୁଗୁଡା ଜିଲ୍ଲାରେ କୃଷିର ବିକାଶ ପାଇଁ ୧୮୬ କୋଟି ଟଙ୍କାର ମେଗା ଲିଫ୍ଟ ଇରିଗେସନ କାମ ଚାଲିଛି। ସେପଟେ ପାର୍ବତି ଇରିଗେସନ ଯୋଜନାରେ ଏକ ହଜାର ହେକ୍ଟ ଜମିକୁ ଜଳ ସେଚନ ସୁବିଧା କରାଯାଇଛି।
ଝାରସୁଗୁଡ଼ା ଜିଲ୍ଲାରେ ୧୦୦ ବେଡ଼ ବିଶିଷ୍ଟ କାର୍ଡିଓ ଚିକିତ୍ସା ପାଇଁ ହସ୍ପିଟାଲ ନିର୍ମାଣ ଚାଲଥିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାଦ୍ୱାରା ଜିଲ୍ଲାର ଲୋକମାନେ ଜିଲ୍ଲା ଭିତରେ ଉନ୍ନତ ମାନର ଚିକିତ୍ସା ପାଇପାରିବେ ହିରାକୁଦ ପାଇଁ ବିସ୍ଥାପିତ ହୋଇଥିବା ୨ହଜାର ପରିବାରରକୁ ରାଜ୍ୟ ସରକାର ଘରଡିହ ଜମି ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଜିଲ୍ଲା ଈଝକଣ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ସାମିଲ ହୋଇଥିବାରୁ ମୁଁ ବହୁତ ଖୁସୀ। ଜିଲ୍ଲାର ଏକ ଲକ୍ଷ ୧୫ ହଜାର ଲୋକ ଏହି ସୁବିଧା ପାଇବେ।

Leave a Reply

Your email address will not be published. Required fields are marked *

Related Posts