FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଅନୁଗୁଳ ଜାତୀୟ ରାଜପଥରେ ହୁର୍ଘଟଣା,୧୫ ଜଣ ଆହତ

ଅନୁଗୁଳ ଜାତୀୟ ରାଜପଥରେ ହୁର୍ଘଟଣା,୧୫ ଜଣ ଆହତ

ଅନୁଗୁଳ ଜାତୀୟ ରାଜପଥରେ ହୁର୍ଘଟଣା,୧୫ ଜଣ ଆହତ
SHARE NOW :

( ଲାଇଭ ଓଡିଶା ନ୍ୟୁଜ )ଅନୁଗୁଳ ଜାତୀୟ ରାଜପଥରେ ହୁର୍ଘଟଣା । ଆସନ୍ତାକାଲି ଦେବଗଡ-ଅନୁଗୁଳ ରାସ୍ତା ନିଶା ନିକଟରେ ଏକ ଯାତ୍ରିବାହୀ ଦୁର୍ଘଟଣାଗ୍ରସ୍ତ ହୋଇ ୧୫ ଜଣରୁ ଅଧିକ ଆହତ ହୋଇଛନ୍ତି । ସୂଚନା ମୁତାବକ ଗତ କାଲି ବିଳମ୍ବିତ ରାତିରେ ନିଶା ସ୍ଥିତ ଜିନ୍ଦଲ୍ କମ୍ପାନୀର ମୁଖ୍ୟଗେଟ୍ ସମ୍ମୁଖରେ ଏକ କୋଇଲା ବୋଝେଇ ଟ୍ରକ ଛିଡା ହୋଇଥିବା ସମୟରେ ଯାତ୍ରାବାହୀ ବସ୍ ଧକ୍କା ଦେଇଥିଲା । ଶିବ ଶଙ୍କର ନାମକ ଏହି ଯାତ୍ରୀବାହୀ ବସ୍ ବିଳମ୍ବିତ ରାତିରେ କୋଇଲା ବୋଝେଇ ଟ୍ରକକୁ ପଛପଟୁୁ ଧକ୍କା ଦେଇଥିଲା ଫଳରେ ଭାରସାମା ହରାଇ ନିଜେ ହୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଡ୍ରାଇଭର କଣ୍ଡକ୍ଟର ସମେତ ୧୫ ଯାତ୍ରୀ ଆହାତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ ଜାରିବା ସହ ଆହତ ଯାତ୍ରୀଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତୀ କରିଛନ୍ତି । ଗାଡି ଦୁଇଟିକୁ ଜବତ କରିବା ସହ ଘଟଣା ସ୍ଥଳରେ ତଦନ୍ତ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts