ପଂଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରୁଛି ପ୍ରଚାର, ୨୪ରେ ଭୋଟିଂ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା): ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ । ତିନୋଟି ପର୍ଯ୍ୟାୟରେ ପଂଚାୟତ ନିର୍ବାଚନ ସରିଥିବାବେଳେ ଆଉ ଦିନକ ପରେ ରାଜ୍ୟରେ ପଂଚମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ । ୨୪ ତାର୍ିଖରେ ପଂଚମ ପର୍ଯ୍ୟାୟରେ ନେତା ବାଛିବେ ଜନତା । ପଂଚମ ପର୍ଯ୍ୟାୟରେ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର । ପ୍ରଶାସନିକ ତରଫରୁ ମଧ୍ୟ ପ୍ରସ୍ତୁତି ହୋଇସାରିଛି । ଶେଷ ପର୍ଯ୍ୟାୟରେ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ ଜୋରସୋରରେ ଚାଲିଛି ପ୍ରଚାର ।
ଗାଁ ଦାଣ୍ଡରେ ପାଇବେ ବହୁ ହେବିୱେଟ ନେତାଙ୍କ ସହିତ ଷ୍ଟାର ପ୍ରଚାରକ । ଘରକୁ ଘରକୁ ଯାଇ ଭୋଟରମାନଙ୍କୁ ହତେଇବା ସହିତ ଶେଷ ଚେଷ୍ଟା ଚାଲିଛି । ସବୁ ଦଳ ଜିଲ୍ଲା ପରିଷଦ ଆସନ ଊପରେ ରହିଛି ଫୋକସ । ପଂଚମ ପର୍ଯ୍ୟାୟରେ ରାଜ୍ୟରେ ୪୯ଟି ବ୍ଲକରେ ୧୩୧ଟି ଜିଲ୍ଲା ପରିଷଦ ଜୋନରେ ହେବ ନିର୍ବାଚନ । ୯୭୫ ସରପଂଚ, ସମିତି ସଭ୍ୟ ଏବଂ ୧୩ ହଜାର ୫୧୪ ହଜାର ୱାର୍ଡରେ ହେବ ଭୋଟିଂ ୪୧ ଲକ୍ଷରୁ ଅଧିକ ଭୋଟର ପଂଚମ ପର୍ଯ୍ୟାୟରେ ନିର୍ବାଚନରେ ନିଜର ମତଦାନ ସାବ୍ୟସ୍ତ କରିବେ । ଜନସାଧାରଣଙ୍କ ନିକଟରେ ଲୋକପ୍ରିୟ ଯୋଜନା ଓ ବିକାଶକୁ ନେଇ ବିଜେଡି ଭୋଟ ମାଗୁଥିବାବେଳେ ଶାସକ ଦଳକୁ ମାତ ଦେବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ ଦଳ ।