FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ସହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ସହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ସହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା
SHARE NOW :

କେନ୍ଦୁଝର (ଲାଇଭ ଓଡିଶା ନ୍ୟୁଜ): ତାମିଲନାଡୁସ୍ଥିତ କୁନ୍ନୁରରେ ଘଟିଥିବା ହେଲିକ୍ୟାପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ ବିପିନ ରାୱତ ତାଙ୍କ ଧର୍ମପତ୍ନୀଙ୍କ ସମେତ ୧୧ଜଣ ବୀର ଜବାନଙ୍କର ମୃତ୍ୟୁ ଘଟିଥିବା ଯବାନଙ୍କ ଉଦ୍ଦେଶ୍ୟରେ ଯୋଡା ସହରରେ ସନ୍ଧ୍ୟାରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠୀତ ହୋଇଯାଇଛି । ଏହି ବୀର ଯବାନଙ୍କ ଆକସ୍ମିକ ମୃତ୍ୟୁ ସାରା ଦେଶରେ ଶୋକର ଛାୟା ଖେଲାଇ ଦେଇଥିବା ବେଳେ ଏହାର ପ୍ରଭାବ ଯୋଡା ସହରରେ ମଧ୍ୟ ଦେଖିବାକୁ ମିଳିଛି । ଯୋଡା ବସ୍ ଷ୍ଟାଣ୍ଡସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରୁ ଏହି ଶୋଭାଯାତ୍ରା ବାହାରି ଯୋଡା ସହର ପରିକ୍ରମା କରିଥିବା ବେଳେ ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ଦେଶାତ୍ମବୋଧକ ସଂଗୀତ ପରିବେଷଣ ସହ ଝାଞ୍ଚ ମୃଦଙ୍ଗ ବଜାଇ ବୀର ସହୀଦଙ୍କ ଅମର ଆତ୍ମାର ସଦ୍ଗତୀ କାମନା କରିବା ସହ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି କାର‌୍ୟ୍ୟକ୍ରମରେ ପୂର୍ବତନ ପୌରାଧ୍ୟକ୍ଷ ତଥା କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତି ରବୀନ୍ଦ୍ର କୁମାର ଦାସ , ଜିଲ୍ଲା ବିଜେଡି ସମ୍ପାଦକ ବାବୁଲାଲ ସାହୁ , ବିଜେଡି ସଂଗଠକ ସୁଶାନ୍ତ କୁମାର ବାରିକ ଓ ଶତାଧିକ ମହିଳା ପୁରୁଷ ସ୍ୱତଃପୂତ୍ତ ଭାବେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *

Related Posts