ଭୁବନେଶ୍ୱର ରସୁଲଗଡ଼ରୁ ଗଞ୍ଜେଇ ଜବତ, ଦୁଇ ଗିରଫ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ନିଶା ବେପାରିଙ୍କର ଆଡ୍ଡା ପାଲଟିଛି ରାଜଧାନୀ । ଗଞ୍ଜେଇ ଚାଲାଣରେ ବ୍ୟବହୃତ ହେଉଛି ଅନେକ ପ୍ରକାରର ସ୍ମାର୍ଟ ଫର୍ମୁଲା । ଏବେ ଆଉ ସାଧାରଣ ଗାଡି ନୁହେଁ ତୈଳ ଟ୍ୟାଙ୍କରରେ ଚାଲିଛି ଗଞ୍ଜେଇ ବେପାର । ଆଜି ପୁଣି ରାଜଧାନୀରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି । ମୋଟ ୨୫୦କେଜିର ଗଞ୍ଜେଇ ଜବତ କରିଛି ଭୁବନେଶ୍ୱର ଏନସିବି । ଏହି ଗଞ୍ଜେଇକୁ ଏକ ପେଟ୍ରୋଲ ଟ୍ୟାଙ୍କରରେ ପଶ୍ଚିମବଙ୍ଗରୁ ଭୁବନେଶ୍ୱରକୁ ଅଣାଯାଉଥିଲା । ଠିକ ଏହି ସମୟରେ ସୂଚନା ପାଇ ଚଢାଉ କରିଥିଲା ଭୁବନେଶ୍ୱର ଏନସିବି । ଭୁବନେଶ୍ୱରର ରସୁଲଗଡ ପାଖରେ ଧରାପଡିଥିଲା ଏହି ଟ୍ୟାଙ୍କର । ଉକ୍ତ ଘଟଣାରେ ଏନସିବି ତୈଳ ଟ୍ୟାଙ୍କର ସହ ୨ଜଣଙ୍କୁ ଗିରଫ କରିଛି । ଉକ୍ତ ଅଭିଯୁକ୍ତ ଦୁଇ ଜଣ ବିହାର ଭୋଜପୁରର ବୋଲି ଜଣାପଡିଛି ।