- Home
- »
- Breaking News
- »
- ବେଆଇନ ଗୋ ଚାଲାଣ କୁ ବିରୋଧ କରି ସାମାଜିକ କର୍ମୀଙ୍କୁ ଗିରଫ କଲା ଆଳି ପୋଲିସ
ବେଆଇନ ଗୋ ଚାଲାଣ କୁ ବିରୋଧ କରି ସାମାଜିକ କର୍ମୀଙ୍କୁ ଗିରଫ କଲା ଆଳି ପୋଲିସ

SHARE NOW :
କେନ୍ଦ୍ରାପଡା(ଲାଇଭ ଓଡିଶା ନ୍ୟୁଜ): କେନ୍ଦ୍ରାପଡ଼ା ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି ବେଆଇନ ଗୋ ଚାଲାଣ । ତେବେ ଏନେଇ ଯଦି କିଏ ସାମାଜିକ କର୍ମୀ ହେଉ କିମ୍ବା ସାଧାରଣ ଜନତା ବିରୋଧ କରୁଛନ୍ତି ତେବେ ସେହି ବ୍ୟକ୍ତିମାନଙ୍କ ନାଁରେ ପୋଲିସ ମିଥ୍ୟା ମାମଲା ରୁଜୁ କରୁଛି ଓ ଉଠାଇ ନେଇ ହାଜତରଖି ଥାର୍ଡ଼ ଡିଗ୍ରୀ ଦେଉଛି । ଏହି ଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଆଳି ଥାନା ଅଂଚଳରେ ଗତ ୨୮ ତାରିଖ ବିଳମ୍ବିତ ରାତିରେ ଆଳି ଥାନା ନିକଟରୁ ବେଆଇନ ଗୋରୁ ବୋଝେଇ ପିକଅପ ଟି ଯାଇଥିବା ସମୟରେ ସମାଜସେବୀ ସୁବାଶିଷ ଷଡ଼ଙ୍ଗୀ ସ୍ଥାନୀୟ ଯୁବକ ଦୁଷ୍ମନ୍ତ ଆଚାର୍ୟ୍ୟ ଓ ସଞ୍ଜୟ ଵର୍ମା ପୋଲିସ କୁ ଫୋନ କରି ପ୍ରତିବାଦ କରିଥିଲେ । ପରେ ପରେ ପୋଲିସ ସାବାସି ଦେବା ବଦଳରେ ୩ଜଣ ସାମାଜିକ କର୍ମୀଙ୍କୁ ହାଜତରେ ରଖି ଅତର୍କିତ ମାଡ଼ ମାରିବା ସହିତ ଉଭୟଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରୁଥିବାର ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଆଳୀ ପୋଲିସ୍ ତିନିଜଣଙ୍କ ବିରୁଦ୍ଧରେ କେଉଁ ମାମଲା ରୁଜୁ ହୋଇଛି ଏହା ସହିତ କଣ କଣ ଦଫା ଲାଗିଛି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉନି ପୋଲିସ୍ । ଏହି ଘଟଣାକୁ କେନ୍ଦ୍ରାପଡ଼ା ବୁଦ୍ଧିଜୀବି ନିନ୍ଦା କରୁଥିବା ବେଳେ ଜିଲ୍ଲା ହିନ୍ଦୁରକ୍ଷ୍ୟା ବାହିନୀ କେନ୍ଦ୍ରାପଡ଼ା ପ୍ରଶାସନକୁ ଉଚିତ୍ ଜବାବ୍ ଦେବବୋଲି କହିଛନ୍ତି ।ଅନ୍ୟ ପଟରେ ଗିରଫ ପୂର୍ବରୁ ତିନିଜଣକୁ ଖାଇବାକୁ ନଦେଇ ମାଡ଼ ମାରିଥିବା ଅଭିଯୋଗ ଆଣିଛନ୍ତି ଗଣମାଧ୍ୟମ ସାମ୍ନାରେ । ଏଠି ପ୍ରଶ୍ନ ଉଠୁଛି ଗୋଚାଲାଣ କରୁଥିବା ବ୍ୟକ୍ତି ଧରୁଛି ନା ସେମାନଙ୍କୁ ସାହାଯ୍ୟ କରୁଛି । ଏହି ଘଟଣାରୁ ବୁଝା ପଡୁଛି କିଭଳି ନ୍ୟାୟ ପାଉଥିବେ ଆଳି ର ଜନସାଧାରଣ ।