FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ନବୀନ ନିବାସରେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ

ନବୀନ ନିବାସରେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ

ନବୀନ ନିବାସରେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ
SHARE NOW :

ଭୁବନେଶ୍ୱର( ଲାଇଭ ଓଡିଶା ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ମୁଁ କୃତଜ୍ଞ । ଓଡ଼ିଶା ସରକାର ଗୃହ ନିର୍ମାଣ, ପରିମଳ, ସ୍ୱଛତା, ଜଳ ଯୋଗାଣ ଏବଂ ନଗର ଉନ୍ନୟନରେ କିପରି କାର‌୍ୟ୍ୟ କରାଯାଉଛି ସେନେଇ ଅବଗତ ହୋଇଛି । ସଠିକ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ଯୋଜନା ଗୁଡ଼ିକ କିପରି କାର‌୍ୟ୍ୟକାରୀ କରାଯାଉଛି, ସେନେଇ ଉପସ୍ଥିତ ଅଧିକାରୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଅବଗତ ହୋଇଥିବା କହିଛନ୍ତି କେନ୍ଦ୍ର ନଗର ଉନ୍ନୟନ ଏବଂ ସହରୀକରଣ ସଚିବ । ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସରକାରଙ୍କ ଏହି ବରିଷ୍ଠ ଅଧିକାରୀ ଆଜି ନବୀନ ନିବାସ ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ କାମ କରିବାର ଶୈଳିକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts