ଚମ୍ପୁଆ ଡାକ୍ତର ଖାନରେ ଚାରିଶହ ଜଣ ନେଲେ କରୋନା ଟୀକା

SHARE NOW :
କେନ୍ଦୁଝର,୧୭.୯( ଲାଇଭ୍ ଓଡିଶା ନ୍ୟୁଜ୍/ଦୀପକ କୁମାର ନାୟକ): କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଡାକ୍ତର ଖାନରେ ଚାରିଶହ ଜଣକୁ କରୋନା ଟୀକା ଦିଆଯାଇଛି ।
ଉଭୟ ଅନଲାଇନ ଓ ଅଫଲାଇନରେ ମାଧ୍ୟମରେ ଅଠର ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ଙ୍କୁ ୨୦୦ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ଗର୍ଭବତୀ ଓ ପ୍ରସୂତି ଙ୍କ ପାଇଁ ପଚାଶ ଟି ଏବଂ ପଇଁଚାଳିଶି ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ଙ୍କ ପାଇଁ ପଚାଶ ଟି ଟିକା ଦିଆଯାଇଛି । ତେବେ ସେକେଣ୍ଡ ଡୋଜ୍ ପାଇଁ ଶହେଟି ଟୀକା ସଂରକ୍ଷିତ ରଖାଯାଇ ଲୋକଙ୍କୁ ଦିଆଯାଇଥିବା ସୁଚନା ରହିଛି ।