FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା
SHARE NOW :


ଗଞ୍ଜାମ (ଲାଇଭ ଓଡିଶା ନ୍ୟୁଜ୍‌) : ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟକୁ ଏକ ପରିବାର ଭଳି ଗଢୁଛନ୍ତି । ପ୍ରତି ଜିଲ୍ଲାରେ ମାଗଣା ଚିକିତ୍ସା ଯୋଗାଇଦେବା ସହ ସାଧାରଣ ଲୋକଙ୍କ ଅସୁବିଧାରେ ମଧ୍ୟ ସାହାଯ୍ୟର ହାତ ବଢାଉଛନ୍ତି ନବୀନ ପଟ୍ଟାନାୟକ । ଗତକାଲି ତାରାଚରନ ରଣାଙ୍କୁ ଆର୍ଥିକ ସହାୟତା ଯୋଗାଇଦେଇଥିବା ବେଳେ ଆଜିମଧ୍ୟ ଦୂର୍ଘଟଣା ଗ୍ରସ୍ତ ଛାତ୍ରମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ।
ଗଞ୍ଜାମ ରୁ ପିକନିକ ଯାଉଥିବା ଏକ ଗାଡ଼ି ବାଲୁଗାଁ ଠାରେ ଦୁର୍ଘଟଣା ଗ୍ରସ୍ତ ହେଇଥିବା ଏବଂ ଏଥିରେ ରଙ୍ଗେଇଲୁଣ୍ଡା ଅଞଳର ତିନି ଜଣ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଏହା ସହ ଶୋକସନ୍ତପ୍ତ ପରିବାର ମାନଙ୍କୁ ଗଭୀର ସମବେଦନା ଜଣାଇବା ସହିତ ମୃତକ ଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।
ସେହିପରି ଏହି ଦୁର୍ଘଟଣାରେ ଆହତ ଛାତ୍ର ମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନା ଅନୁସାରେ ଆଜି ସକାଳୁ ଗଞ୍ଜାମରୁ ପିକନିକ ସାରି ଫେରିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲୋ । ପରବର୍ତ୍ତୀ ସମୟରେ ଜଣାପଡିଛି ଯେ, ସମସ୍ତ ମୃତକ ହେଉଛନ୍ତି ଛାତ୍ର ।

Leave a Reply

Your email address will not be published. Required fields are marked *

Related Posts