- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ୨ରୁ ୧୮ବର୍ଷ ମଧ୍ୟରେ ପିଲାଙ୍କୁ ଦିଆଯିବ କରୋନା ଟିକା
୨ରୁ ୧୮ବର୍ଷ ମଧ୍ୟରେ ପିଲାଙ୍କୁ ଦିଆଯିବ କରୋନା ଟିକା

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): କରୋନା ପାଇଁ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ, ଟିକାକରଣ ହିଁ ଗୋଟିଏ ମାତ୍ର ସମାଧାନର ବାଟ ବୋଲି ବୈଜ୍ଞାନିକମାନେ ଦର୍ଶାଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ସାରା ଦେଶରେ ଏବେ ପର୍ଯ୍ୟନ୍ତ ମଧ୍ୟ ଟିକାକରଣ କରାଯାଉଛି । ଏହା ଭିତରେ ଟିକାକରଣ କୁ ନେଇ ସାମ୍ନାକୁ ଆସିଛି ଏକ ବଡ ଖବର । ବର୍ତ୍ତମାନ ଶିଶୁ ମାନଙ୍କୁ ଦିଆଯିବ କରୋନା ଟିକା । ଏଣିକି ୨ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କୁ ଦିଆଯିବ କରୋନା ଟିକା । ୨ରୁ ୧୮ ବର୍ଷର ପିଲାଙ୍କୁ କୋଭାକ୍ସିନ ଟିକା ମିଳିବା ନେଇ ଅନୁମତି ଦେଇଛି ଡିସିଜିଆଇ ।
ତେବେ କୋଭାକ୍ସିନ ଟିକା ନେଇ ଫେଜ୍-୨ ଓ ଫେଜ୍-୩ ଟ୍ରାଏଲ ହୋଇଥିଲା । ଟ୍ରାଏଲରେ ଏହା ୭୮ ପ୍ରତିଶତ ସଫଳ ମଧ୍ୟ ହୋଇଥିଲା । ଏହାର ଟ୍ରାଏଲରେ କୈାଣସି କ୍ଷତି ହୋଇନଥିବା ପ୍ରମାଣିତ ହେବା ପରେ ୧୮ବର୍ଷରୁ କମ୍ ବର୍ଗର ପିଲାମାନଙ୍କୁ ଟିକା ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁବ୍ ଶିଘ୍ର ଗାଇଡଲାଇନ ଜାରି ହେବା ନେଇ ସୂଚନା ମିଳିଛି ।