FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆବାସିକ ସେତୁ ପାଠ୍ୟକ୍ରମ କେନ୍ଦ୍ରର ବାଳକ ଓ ବାଳିକାଙ୍କ ସହିତ ଶିଶୁ ଦିବସ ପାଳିତ

ଆବାସିକ ସେତୁ ପାଠ୍ୟକ୍ରମ କେନ୍ଦ୍ରର ବାଳକ ଓ ବାଳିକାଙ୍କ ସହିତ ଶିଶୁ ଦିବସ ପାଳିତ

ଆବାସିକ ସେତୁ ପାଠ୍ୟକ୍ରମ କେନ୍ଦ୍ରର ବାଳକ ଓ ବାଳିକାଙ୍କ ସହିତ ଶିଶୁ ଦିବସ ପାଳିତ
SHARE NOW :

ଯୋଡା(ଲାଇଭ ଓଡିଶା ନ୍ୟୁଜ): ବାଳକ ଓ ବାଳିକା ଆବାସିକ ସେତୁ ପାଠ୍ୟକ୍ରମ (ଆରବିସି) କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ନେଇ ଯୋଡ଼ାରେ ଅବସ୍ଥିତ ବାଳିକା ଆରବିସିଠାରେ ଉତ୍ସାହର ସହିତ ରବିବାର ଦିନ ‘ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପିଲାମାନଙ୍କ ଅଧିକାର ଓ ବିଶ୍ୱସାରା ପିଲାମାନେ ସମ୍ମୁଖୀନ ହେଉଥିବା ଆହ୍ୱାନକୁ ଚିହ୍ନିତ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ଉଭୟ କେନ୍ଦ୍ରର ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ଶ୍ରୀ ରାଜେଶ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସ୍ପନ୍ଦନ ମହିଳା ସମିତିର ଭାଇସ ପ୍ରେସିଡେଣ୍ଟ ଶ୍ରୀମତି ଭିନିତା ସିଂହ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ ଓ ଏହି କେନ୍ଦ୍ରଗୁଡ଼ିକର ପରିଚାଳନା ପାଇଁ ଟାଟା ଷ୍ଟିଲର ସହଭାଗୀ ହୋଇଥିବା ଦିଲ୍ଲୀସ୍ଥିତ ଏକ ଏନ୍ଜିଓ ସଂସ୍ଥା ଆସ୍ପେୟାରର ଅଧିକାରୀମାନେ ଉପସ୍ଥିତ ଥିଲେ । ବର୍ତ୍ତମାନ ମହାମାରୀ ସମ୍ପର୍କିତ ସମସ୍ତ ସାମାଜିକ ଦୂରତା ନିୟମ ପାଳନ କରି ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ ସାଂସ୍କୃତିକ କାର‌୍ୟ୍ୟକ୍ରମ ଅନ୍ତର୍ଗତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ଏକ ନାଟକ ଓ ‘ବେଟି ପଢାଓ, ବେଟି ବଚାଓ ‘ ଗୀତ ଅତିଥିମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ଏହି ଉତ୍ସବ ପାଳନ ସମୟରେ ଉଭୟ କେନ୍ଦ୍ରର କିଛି ଛାତ୍ରଛାତ୍ରୀ ଅତିଥିମାନଙ୍କ ସହିତ ସେମାନଙ୍କ ଅଭିଜ୍ଞତା ବାଣ୍ଟିଥିଲେ । ଏହାସହିତ ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଅୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ ସହିତ ଏହି କାର‌୍ୟ୍ୟକ୍ରମ ସମାପ୍ତ ହୋଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ବିଭିନ୍ନ କାରଣରୁ ଅଧାରୁ ବିଦ୍ୟାଳୟ ଛାଡ଼ିଦେଇଥିବା କିମ୍ବା କେବେବି ବିଦ୍ୟାଳୟ ମାଟି ମାଡ଼ିନଥିବା ପିଲାମାନଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଲକ୍ଷ୍ୟରେ ଟାଟା ଷ୍ଟିଲ ପକ୍ଷରୁ ଆରବିସି କେନ୍ଦ୍ରଗୁଡ଼ିକର ସ୍ଥାପନା କରାଯାଇଛି । ଆରବିସି ସେମାନଙ୍କ ଶିକ୍ଷାର ଅଭାବକୁ ପୁରଣ କରିବା ଓ ସେମାନଙ୍କୁ ଜ୍ଞାନରେ ପରିପୂର୍ଣ୍ଣ ତଥା ସରକାରୀ ବିଦ୍ୟାଳୟରେ ପୁନଃଦାଖଲ ପାଇଁ ପ୍ରସ୍ତୁତ କରିଥାଏ ।

Leave a Reply

Your email address will not be published. Required fields are marked *

Related Posts