- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ୭ଦିନ ପାଇଁ ଅନ୍ତରୀଣ ଜାମିନରେ ବାହାରିଲେ ବିଧାୟକ
୭ଦିନ ପାଇଁ ଅନ୍ତରୀଣ ଜାମିନରେ ବାହାରିଲେ ବିଧାୟକ

SHARE NOW :
ଭୁବନେଶ୍ୱର (ଲାଇଭ ଓଡ଼ିଶା): ଭିଡ଼ ଭିତରେ ଗାଡ଼ି ଚଢ଼ାଇ ଦେଇଥିବା ଘଟଣାରେ ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ଜାମିନ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଶ୍ରୀ ଜଗଦ୍ଦେବଙ୍କୁ କୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ବାଣପୁର କୋର୍ଟରେ ଦାଖଲ ହେବା ପରେ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି । ତେବେ ତାଙ୍କୁ ୭ ଦିନ ପରେ ପୁଣି ଥରେ ଜେଲ୍ରେ ହାଜିରା ପକାଇବାକୁ ପଡ଼ିବ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।
ସୂଚନାଯୋଗ୍ୟ ଯେ, ବାଣପୁରରେ ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ସମୟରେ ଗହଳି ଚହଳି ଲାଗି ରହିଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ମଦ୍ୟପାନ କରି କାର୍ ଯୋଗେ ଭିଡ଼ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ ।
ସେଠାରେ ଉପସ୍ଥିତ ବିଜେପି ଦଳୀୟ କର୍ମକର୍ତ୍ତା ଏବଂ ସ୍ଥାନୀୟଲୋକେ ଏହାକୁ ପ୍ରତିବାଦ କରିବାରୁ ଜଗଦ୍ଦେବ ଏଥିରେ ଉତ୍ତକ୍ଷୀପ୍ତ ହୋଇ ଭିଡ଼ ଭିତରକୁ ଗାଡ଼ି ଚଢ଼ାଇ ଦେଇଥିଲେ ।
ଫଳରେ ଏଥିରେ ୭ ଜଣ ପୋଲିସ୍ କର୍ମଚାରୀଙ୍କ ସମେତ ୨୨ ଜଣ ଗୁରୁତର ହୋଇଥିଲେ । ଏଥିରେ ଉତ୍ତକ୍ଷୀପ୍ତ ହୋଇ ସ୍ଥାନୀୟ ଜନତା ତାଙ୍କ କାର୍ ଭଙ୍ଗାରୁଜା କରିବା ସହ ତାଙ୍କୁ ନିର୍ଦ୍ଧୁମ୍ ମାଡ଼ ମାରିଥିଲେ ।