ଓଡ଼ିଶାରୁ ଚିତ୍ରା ଅରୁମଗମ କେନ୍ଦ୍ରରେ ଅତିରିକ୍ତ ସଚିବ ପାହ୍ୟାରେ ତାଲିକାଭୁକ୍ତ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): କେନ୍ଦ୍ର କ୍ୟାବିନେଟର ନିଯୁକ୍ତି ସଂକ୍ରାନ୍ତ କମିଟି ଦ୍ୱାରା ମୋଟ ୪୨ଜଣ ଆଇଏଏସଙ୍କୁ କେନ୍ଦ୍ର ସରକାରରେ ଅତିରିକ୍ତ ସଚିବ ପାହ୍ୟା ଏବଂ ସଚିବ ପାହ୍ୟାରେ ୧୨ଜଣ ଅଫିସରଙ୍କୁ ତାଲିକାଭୁକ୍ତ କରାଯାଇଛି। ସେଥିରେ ୧୯୯୫ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର ଚିତ୍ରା ଅରୁମଗମ କେନ୍ଦ୍ରରେ ଅତିରିକ୍ତ ସଚିବ ପାହ୍ୟାରେ ତାଲିକାଭୁକ୍ତ ହୋଇଛନ୍ତି। ଅତିରିକ୍ତ ସଚିବ ପାହ୍ୟାରେ ତାଲିକାଭୁକ୍ତ ପାଇଁ କେନ୍ଦ୍ର ସରକାର ୧୯୯୫ ବ୍ୟାଚର ୩୭ଜଣଙ୍କ ସମେତ ମୋଟ ୪୨ଜଣ ଆଇଏଏସ୍ ଏବଂ ସଚିବ ପାହ୍ୟା ନିମନ୍ତେ ୧୯୮୫ରୁ ୧୯୮୯ ବ୍ୟାଚର ୧୨ଜଣ ଆଇଏଏସ୍ ଯୋଗ୍ୟ ବିବେଚିତ ହୋଇଛନ୍ତି।