FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ବାଣ୍ଡି ଗାଁରେ କୋଭିଡ ଟୀକାକରଣ କେନ୍ଦ୍ର ପାଇଁ ଦାବି

ବାଣ୍ଡି ଗାଁରେ କୋଭିଡ ଟୀକାକରଣ କେନ୍ଦ୍ର ପାଇଁ ଦାବି

ବାଣ୍ଡି ଗାଁରେ କୋଭିଡ ଟୀକାକରଣ କେନ୍ଦ୍ର ପାଇଁ ଦାବି
SHARE NOW :

କଳାହାଣ୍ଡି (ଲାଇଭ ଓଡିଶା ନ୍ୟୁଜ): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ବର୍ତ୍ତମାନ ତିନି ଗୋଟି ସ୍ଥାନ ସହ ଅପହଞ୍ଚ ଗାଁ ଗୁଡିକ ରେ ଭ୍ରାମ୍ୟମାନ ଟୀକାକରଣ କାର‌୍ୟ୍ୟକ୍ରମ ଚାଲିଛି।ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ରଣମାଲ ଓ ଉଛୁଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଟୀକାକରଣ ହେଉଛି।କିନ୍ତୁ ଏଥିରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ଅନେକ ସମୟରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ଅନେକ ଜନସାଧାରଣ ଟୀକାକରଣ ରୁ ବଂଚିତ ହେଉଛନ୍ତି।ତେବେ ବାଣ୍ଡି ଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମଧ୍ୟ ଟୀକାକରଣ କାର‌୍ୟ୍ୟକ୍ରମ ଆରମ୍ଭ କରାଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ।ଅଭିଯୋଗ ଅନୁସାରେ ରଣମାଲ ଟୀକାକରଣ କେନ୍ଦ୍ର ରେ ଜୁନାଗଡ଼, କୋକସରା, କଲମପୁର ବ୍ଲକ ର ଅନେକ ଗାଁ ଠୁ ଆରମ୍ଭ କରି ରଣମାଲ, ଭେଜିଗୁଡା, ବଡ଼ଟେମରି, ବାଣ୍ଡି ଗାଁ ଗ୍ରାମପଞ୍ଚାୟତ ର ଲୋକେ ଟୀକା ନେବା ପାଇଁ ନିର୍ଭର କରୁଛନ୍ତି।ତେବେ ଅନ୍ୟ ସବୁ ସ୍ଥାନରେ ଗାଁ ଗାଁ କୁ ଯାଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୀକାକରଣ ହେଉଥିବା ବେଳେ ବାଣ୍ଡି ଗାଁ ଗ୍ରାମପଞ୍ଚାୟତ କ୍ଷେତ୍ରରେ ତାହା

Leave a Reply

Your email address will not be published. Required fields are marked *

Related Posts