- Home
- »
- Breaking News
- »
- ପୂଜା ପରେ ଏକାଦଶ ଓ ଅଷ୍ଟମଙ୍କର ଆରମ୍ଭ ହେବ କ୍ଲାସ: ଗଣଶିକ୍ଷା ମନ୍ତ୍ରୀ
ପୂଜା ପରେ ଏକାଦଶ ଓ ଅଷ୍ଟମଙ୍କର ଆରମ୍ଭ ହେବ କ୍ଲାସ: ଗଣଶିକ୍ଷା ମନ୍ତ୍ରୀ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ସ୍କୁଲ ଯିବେ ଅଷ୍ଟମ ଓ ଏକାଦଶ ଛାତ୍ରଛାତ୍ରୀ । ପୂଜା ପରେ ହେବ ପାଠପଢା । । ପୁରୁଣା ଗାଇଡ଼ ଲାଇନ ଅନୁସାରେ ଚାଲିବ କ୍ଲାସ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍କୁଲ ଓ ଗଚ୍ଚଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣରେ ଥିବା ଯୋଗୁ ଏଭଳି ନିଷ୍ପତି ନିଆଯାଇଛି । ଏହାପରେ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ନେଇ ପରବର୍ତୀ ସମୟରେ ବିଚାର କରାଯିବ । ନବମ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୨୧ ତାରିଖ ପର୍ୟ୍ୟନ୍ତ ଏହି ଛୁଟି ଘୋଷଣା ହୋଇଥିଲା । ତେବେ ଛୁଟି ପରେ ଅଷ୍ଟମ ଏବଂ ଏକାଦଶ ଶ୍ରେଣୀ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଅକ୍ଟୋବର ୨୧ରୁ ଏକାଦାଶ କ୍ଲାସ କରାଯିବାକୁ ଥିବାବେଳେ ୨୫ରୁ ଅଷ୍ଟମ ଶ୍ରେଣୀ କ୍ଲାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏଥିପାଇଁ ଗାଇଡ୍ଲାଇନ୍ ଜାରି କରିଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ। ଦିନ ୧୦ଟାରୁ ସାଢ଼େ ଗୋଟାଏ ଯାଏ ଚାଲିବ ଏକାଦଶ କ୍ଲାସ୍। ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ ଚାଲିବ ଅଷ୍ଟମ କ୍ଲାସ। ଅଷ୍ଟମ ପିଲାଙ୍କୁ ସ୍କୁଲରେ ଦିଆଯିବନି ମଧ୍ୟାହ୍ନ ଭୋଜନ। ସ୍କୁଲ ଖୋଲିଲେ ମଧ୍ୟ ଅଫଲାଇନ୍ ସହ ଅନଲାଇନ୍ରେ କ୍ଲାସ ହେବ। ଅଭିଭାବକଙ୍କ ସହ କଥା ହୋଇ ପିଲା ସ୍କୁଲକୁ ଆସି କ୍ଲାସ କରିପାରିବେ। କଣ୍ଟେନମେଣ୍ଟ ଜୋନ୍ର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ମନା।