- Home
- »
- Breaking News
- »
- ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତରେ ଝୁମିବ ଚନ୍ଦ୍ରଭାଗା ବେଳାଭୂମି
ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତରେ ଝୁମିବ ଚନ୍ଦ୍ରଭାଗା ବେଳାଭୂମି

SHARE NOW :
କୋଣାର୍କ(ଲାଇଭ ଓଡିଶା ନ୍ୟୁଜ): ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି ଅର୍କକ୍ଷେତ୍ରରେ ୩୨ତମ କୋଣାର୍କ ଉତ୍ସବ । ଏଥିସହିତ ଚନ୍ଦ୍ରଭାଗା ସ୍ୱର୍ଣ୍ଣାଭ ବେଳାଭୂମିରେ ୧୧ତମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କୋଭିଡ ଗାଇଡଲାଇନ ଅନୁସାରେ ପର୍ୟ୍ୟଟନ ବିଭାଗ, ଓଡ଼ିଶା ପର୍ୟ୍ୟଟନ ଉନ୍ନୟନ ନିଗମ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ଏବଂ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ହେବ । ଉତ୍ସବରେ ମାସ୍କ ଓ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ବାଳୁକା କଳା ଉତ୍ସବର ପ୍ରବେଶ ପଥରେ ଓ ରଙ୍ଗମଞ୍ଚ ମୁଖ୍ୟ ଦ୍ୱାରରେ ସାନିଟାଇଜର ବ୍ୟବସ୍ଥା ହୋଇଛି । ବିନା ମାସ୍କରେ କାହାରିକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଚନ୍ଦ୍ରଭାଗା ମେଳା ପଡ଼ିଆରେ ଯାନବାହନ ପାର୍କିଂ ବ୍ୟବସ୍ଥା ହୋଇଛି । ମୁକ୍ତାକାଶ ରଙ୍ଗମଞ୍ଚ ଭିତରକୁ ଦୈନିକ ୬୦୦ ଦର୍ଶକଙ୍କୁ ଅନୁମତି ମିଳିବ । ରଙ୍ଗମଞ୍ଚଳରେ ପ୍ରତି ସନ୍ଧ୍ୟା ୬ଟାରୁ ରାତି ୮ଟା ୩୦ ପର୍ୟ୍ୟନ୍ତ ବିଭିନ୍ନ ନୃତ୍ୟ ପ୍ରଦର୍ଶିତ ହେବ । ଚନ୍ଦ୍ରଭାଗା ବେଳାଭୂମିରେ ସକାଳ ୯ଟାରୁ ରାତି ୯ଟା ପର୍ୟ୍ୟନ୍ତ ବାଲୁକା କଳା ପ୍ରଦର୍ଶନୀ ଖୋଲା ରହିବ ।