FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ମୁଖ୍ୟମନ୍ତ୍ରୀଙ୍କ ନିଆରା ପ୍ରୟାସ,ସ୍ୱଚ୍ଛତାକୁ ପ୍ରାଧାନ୍ୟ

ମୁଖ୍ୟମନ୍ତ୍ରୀଙ୍କ ନିଆରା ପ୍ରୟାସ,ସ୍ୱଚ୍ଛତାକୁ ପ୍ରାଧାନ୍ୟ

ମୁଖ୍ୟମନ୍ତ୍ରୀଙ୍କ ନିଆରା ପ୍ରୟାସ,ସ୍ୱଚ୍ଛତାକୁ ପ୍ରାଧାନ୍ୟ
SHARE NOW :


ଭୁବନେଶ୍ୱର (ଲାଇଭଓଡିଶା ନ୍ୟୁଜ )ମୁଖ୍ୟମନ୍ତ୍ରୀଙ୍କ ନିଆରା ପ୍ରୟାସ । ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଆଗୁଆ । ୨୦୧୯ ଷ୍ଟେଟ ଅଫ୍ ଷ୍ଟେଟସ କନକ୍ଲେଭ ରେ ଓଡିଶା ଚମ୍ପିୟାନ ହୋଇଥିଲା । ଏହି ପ୍ରତିଯୋଗିତା ବିଶେଷକରି ସ୍ୱଚ୍ଚତା ଉପରେ କରାଯାଇଥିଲା ହେଲେ ଏବେବି ଓଡିଶାକୁ ସଂପୂର୍ଣ୍ଣ ରୂପେ ସ୍ୱଚ୍ଛ କରିବାକୁ ହେଲେ ଆହୁରି ଏନେକ ପ୍ରୟାସ କରିବାକୁ ପଡିବ । ସେଥିଲାଗି ତ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ସ୍ୱଚ୍ଛ ସହର ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ଏନଏସି , ପୌରସଂସ୍ଥା ଏବଂ ସ୍ମାର୍ଟସିଟି ଯୋଗଦେବେ । ଏହି ପ୍ରତିଯୋଗିତାରେ ଉତିନ୍ନ ସଂସ୍ଥାକୁ ପୁରସ୍କାର ସହ ଆର୍ଥିକ ସହାୟତା ଦିଆଯିବ । ଜାତୀୟ ସ୍ତରରେ ସ୍ୱଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତା ପୂର୍ବରୁ ଏହି ପ୍ରତିଯୋଗିତା ରାଜ୍ୟସ୍ତରରେ ହେଉଥିବାରୁ ପ୍ରସ୍ତୁତି ପାଇଁ ସମସ୍ତଙ୍କୁ ବେଶ୍ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି ।ଏହି ପ୍ରତିଯୋଗିତା ର ମୁଖ୍ୟ ଉଦ୍ଦେଷ୍ୟ ଲୋକଙ୍କ ମଧ୍‌ୟରେ ସ୍ୱଚ୍ଛତା ପାଇଁ ସଚେତନ ସୃଷ୍ଟି କରିବା ।

Leave a Reply

Your email address will not be published. Required fields are marked *

Related Posts